ଆକ୍ସନ ମୁଡରେ ଅମିତ ଶାହା: ଜଗଦଲପୁରରେ ସହିଦ ଯବାନଙ୍କୁ ଦେଲେ ଶ୍ରଦ୍ଧାଞ୍ଜଳି

1 min read

ରାୟପୁର: ଛତିଶଗଡରେ ପହଁଚି ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ଶନିବାର ବିଜାପୁରରେ ଜଙ୍ଗଲରେ ହୋଇଥିଲା ନକ୍ସଲ- ଯବାନଙ୍କ ମଧ୍ୟରେ ଗୁଳିବିନିମୟ। ଯଦ୍ୱାରା ୨୩ ଯବାନ ସହିଦ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ସେପଟେ କେତେଜଣ ନକ୍ସଲ ନିହତ ହୋଇଛନ୍ତି ତାହା ସ୍ପଷ୍ଟ ଭାବେ ଜଣାପଡିନାହିଁ ।

ବିଜାପୁର ଜଙ୍ଗଲରୁ ସମସ୍ତ ଯବାନଙ୍କ ମରଶରୀର ଜଗଦଲପୁରକୁ ଆଣାଯାଇଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସେଠାରେ ପହଁଚି ସମସ୍ତ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ସେହିପରି ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଯବାନଙ୍କୁ ମଧ୍ୟ ଭେଟି ସ୍ୱାସ୍ଥ୍ୟ ସମ୍ପର୍କରେ ପଚାରି ବୁଝିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା  ।

ଛତିଶଗଡରେ ନକ୍ସଲଙ୍କ ଏହି ବର୍ବୋରିଚତ ଘଟଣା ପରେ ଆକ୍ସନ ମୁଡକୁ ଆସିଯାଇଛି କେନ୍ଦ୍ର ଗୃହମନ୍ତ୍ରାଳୟ । ନକ୍ସଲଙ୍କ ବିରୋଧରେ ଏକ ବଡ ଧରଣର ଅପରେସନ କରିବାକୁ ମଧ୍ୟ ଯୋଜନା କରୁଥିବା ସୂଚନା ରହିଛି । କେନ୍ଦ୍ର ଗୃହମନ୍ତ୍ରୀ ୧୦. ୩୫ରେ ଜଗଦଲରେ ପହଁଚି ପ୍ରଥମେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ପରେ ବାସେଗୁଡା ସିଆରପିଏଫ କ୍ୟାମ୍ପ ଯିବା ସହ ସେଠାରେ ବରିଷ୍ଠ ଅଧିକାରୀଙ୍କ ସହ ଏ ସଂକ୍ରାନ୍ତରେ ବୈଠକ କରିବା ନେଇ ସୂଚନା ମିଳିଛି ।

Leave a Reply