ବିଲେଇ କରୁଥିଲେ ସରକାରୀ ଚାକିରି, ଖାଇବା-ପିଇବାଠୁ ନେଇ ମିଳୁଥିଲା ସବୁ ସୁବିଧା

1 min read
Chhattisgarh Government Was Given Jobs To Cats In office

ରାୟପୁର: ସମୟ ସହ ଅନେକ କିଛି ବଦଳିଛି । କିନ୍ତୁ ଆଜି ବି ପଶୁପକ୍ଷୀଙ୍କ ପ୍ରତି ଲୋକଙ୍କ ଭଲ ପାଇବା ସେମିତି ରହିଛି ଯେମିତି ଆଗରୁ ଥିଲା । ସମାଜ ଆଧୁନିକତା ଆଡ଼କୁ ବଢ଼ିବା ସହ ଅନେକ ପରିବର୍ତ୍ତନ ଆସିଛି । ବିଭିନ୍ନ କାର୍ଯ୍ୟାଳୟରେ ନଥିପୋତ୍ରର ବିଡ଼ାରୁ ମୁକ୍ତି ଦେଇଛି କମ୍ପ୍ୟୁଟର୍ । ଯଦିଓ ଚିଠିରେ କରାଯାଉଥିବା ଅଭିଯୋଗ ଓ ମିଳୁଥିବା ନିର୍ଦ୍ଦେଶକୁ କମ୍ପ୍ୟୁଟରରେ ଅପଲୋଡ୍ କରାଯାଉଛି । ତଥାପି ବିଭିନ୍ନ କାର୍ଯ୍ୟାଳୟରେ କମ୍ପ୍ୟୁଟର ତାରକୁ ବିଲେଇ କାଟି ଦେଉଛନ୍ତି ।

ଗୋଟିଏ ସମୟ ଥିଲା, ସେତେବେଳେ ସରକାରୀ କୋଷାଗାର ଓ ରେକର୍ଡ ରୁମରେ ବିଲେଇ ପାଳନ କରାଯାଉଥିଲା । ଏପରିକି ବିଲେଇ ପାଳିବା ଲାଗି ସରକାର ବ୍ୟୟ ବରାଦ ବି କରୁଥିଲେ । କହିବାକୁ ଗଲେ ବିଲେଇ ସରକାରୀ ଚାକିରି କରୁଥିଲେ । ଏବେ ଏମିତି କରିବା ବନ୍ଦ ହୋଇ ଯାଇଛି । ତେବେ କେବେ କେଉଁଠି ସରକାରୀ କାର୍ଯ୍ୟାଳୟରେ ବିଲେଇ ପାଳନ କରାଯାଉଥିଲା ଆସନ୍ତୁ ଜାଣିବା…

 Chhattisgarh Government Was Given Jobs To Cats In office

ବନ୍ୟଜୀବ ହୁଅନ୍ତୁ କି ଗୃହପାଳିତ ପଶୁ । ଜୀବଙ୍କ ପ୍ରତି ସମସ୍ତଙ୍କ ଉଣା ଅଧିକ ଭଲ ପାଇବା ରହିଛି । ପ୍ରାୟ ଅଧିକାଂଶ ଘରେ ମଧ୍ୟ ପଶୁଙ୍କୁ ପାଳିଥାନ୍ତି । ସରକାରୀ କାର୍ଯ୍ୟାଳୟରେ କାଗଜପତ୍ରକୁ ସୁରକ୍ଷିତ ରଖିବା ଲାଗି ବିଷେଶକରି କୋଷାଗାର ଓ ରେକର୍ଡ ରୁମରେ ବିଲେଇ ପାଳନ କରାଯାଉଥିଲା । ବିଲେଇଙ୍କୁ କ୍ଷୀର ପିଆଇବା ଲାଗି ପ୍ରଥମେ ଟଙ୍କାଏ ଓ ପରେ ୫ ଟଙ୍କା ପର୍ଯ୍ୟନ୍ତ ସରକାର ଖର୍ଚ୍ଚ କରୁଥିଲେ । ବିଲେଇଙ୍କ ରହିବା ସହିତ ସୁରକ୍ଷା ବ୍ୟବସ୍ଥା ବି କରାଯାଉଥିଲା । ସାଧାରଣ ଲୋକଙ୍କ ଅଭିଯୋଗ ସହ ସରକାରୀ ନଥିପତ୍ରକୁ ମୂଷାଙ୍କ ଠାରୁ ରକ୍ଷା କରୁଥିଲେ ଏହି ବିଲେଇ ।

୧୯୮୧-୮୨ରେ ବନ୍ଦ ହୋଇଗାଲ ବିଲେଇ ପାଳନ

ଛତିଶଗଡ଼ରେ ୬୪ରୁ ଅଧିକ ଶାସକୀୟ ବିଭାଗ ରହିଛି । ଯେଉଁଠି କାଗଜ ନଥିପତ୍ରର ଲମ୍ବା ଲାଇନ୍ ଲାଗୁଛି । ବିପୁଳ ପରିମାଣରେ କମ୍ପ୍ୟୁଟର ସହ ଅନ୍ୟ ବୈଦ୍ୟୁତିକ ଉପକରଣ ମଧ୍ୟ ରହିଛି । ଆଉ ଏଗୁ଼ଡ଼ିକୁ ମୂଷା କାଟିବାର ଡର ବି ରହିଛି । ଯଦି ଆମେ ୪ ଦଶନ୍ଧି ତଳର କଥା କହିବା ତ ସେତେବେଳେ ଜନସଂଖ୍ୟା ସହ ମୂଷାଙ୍କ ସଂଖ୍ୟା ବି କମ୍ ଥିଲା । ପୂର୍ବାପେକ୍ଷା ଏବେ ମୂଷାଙ୍କ ସଂଖ୍ୟା ବେଶ୍ ବଢ଼ିଛି ।

ଅବସରପ୍ରାପ୍ତ ଅଧିକାରୀ ଟିଆର୍ ଦେବାଙ୍ଗନଙ୍କ ଅନୁସାରେ, ବିଲେଇଙ୍କୁ କ୍ଷୀର ପିଆଇବା ଲାଗି ସରକାର ଟଙ୍କା ଖର୍ଚ୍ଚ କରୁଥିଲେ । ସରକାରୀ ଫାଇଲଗୁଡ଼ିକୁ ମୂଷାଙ୍କ ଠାରୁ ରକ୍ଷା କରିବା ଲାଗି ବିଲେଇଙ୍କୁ କାର୍ଯ୍ୟାଳୟରେ ପୋଷା ଯାଉଥିଲା । ୧୯୮୧-୮୨ ମସିହାରେ ସରକାରୀ କାର୍ଯ୍ୟାଳୟ ଗୁଡ଼ିକରେ ବିଲେଇ ପାଳନ ବନ୍ଦ କରି ଦିଆଯାଇଥିଲା । ସମୟ ବଦଳିବା ସହ ସରକାରୀ ନଥିପତ୍ରକୁ ମୂଷାଙ୍କ ଠାରୁ ସୁରକ୍ଷିତ ରଖିବା ଲାଗି ଏବେ କୀଟନାଶକ ସିଞ୍ଚନ କରାଯାଉଛି । ଫଳରେ ଫାଇଲ୍ ପତ୍ରର ସୁରକ୍ଷା ହେବା ସହି ବିଲେଇର ଆଉ ଆବଶ୍ୟକତା ପଡ଼ୁନି ।