spot_img

Latest Posts

ସିମେଣ୍ଟ ବ୍ୟବସାୟୀ କୃଷ୍ଣଚନ୍ଦ୍ର ହତ୍ୟା ମାମଲା; ନ୍ୟାୟ ନମିଳିବାରୁ ଆତ୍ମହତ୍ୟା କଲେ ଭାବି ପତ୍ନୀ

ଗଞ୍ଜାମ: ଗଞ୍ଜାମ ଛତ୍ରପୁର ଥାନା ହଂସପୁର ଗାଁର ସିମେଣ୍ଟ ବ୍ୟବସାୟୀ କୃଷ୍ଣଚନ୍ଦ୍ର ପରିଡା ହତ୍ୟା ମାମଲାରେ ଅଭିଯୁକ୍ତଙ୍କ ଟେର୍ ପାଉନି ପୋଲିସ। ଏପଟେ କୃଷ୍ଣଙ୍କ ମୃତ୍ୟୁରେ ମର୍ମାହତ ହୋଇ ତାଙ୍କ ଭାବି ପତ୍ନୀ ଆତ୍ମହତ୍ୟା କରିଛନ୍ତି।

ସୂଚନା ଅନୁଯାୟୀ, ରାସ୍ତାରେ ଆସୁଥିବା ବେଳେ ବ୍ୟବସାୟୀ କୃଷ୍ଣଚନ୍ଦ୍ର ପରିଡାଙ୍କୁ କିଛି ଦୁବୃର୍ତ୍ତ ହତ୍ୟା କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଘଟଣାକୁ ତିନି ଦିନ ବିତିଥିଲେ ବି ଅଭିଯୁକ୍ତଙ୍କ ଟେର ପାଉନି ପୋଲିସ। ଯାହା ପରେ ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ ପ୍ରତିବାଦରେ ହଂସପୁର ମୁଖ୍ୟ ରାସ୍ତାରେ ଟାୟାର ଜାଳି ରାସ୍ତାରୋକ କରିଛନ୍ତି ଉତ୍ତ୍ୟକ୍ତ ଲୋକ।

ଅନ୍ୟପଟେ ପୋଲିସ ଠାରୁ ନ୍ୟାୟ ନମିଳିବାରୁ ମୃତ କୃଷ୍ଣଚନ୍ଦ୍ରଙ୍କ ସହ ବିବାହ ପାଇଁ ସ୍ଥିର ହୋଇଥିବା ଯୁବତୀ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଯୁବତୀଙ୍କର ମୃତ୍ୟୁ ହୋଇଛି। ଗତ ୨୨ ତାରିଖ ରାତିରେ ସିମେଣ୍ଟ ବ୍ୟବସାୟୀ କୃଷ୍ଣଚନ୍ଦ୍ର ପରିଡାଙ୍କୁ କିଛି ଦୁର୍ବୃତ୍ତ ପିଟି ପିଟି ହତ୍ୟା କରିଥିଲେ ।

Latest Posts

Don't Miss