୪ ଫୁଟ ଦୂରରେ ରାହୁଲ, ଆଜି ହେବ ଉଦ୍ଧାର

1 min read

ଚମ୍ପା: ଆଉ ୪ ଫୁଟ ଦୂରରେ ରହିଛି ରାହୁଲ । ଚାଲିଛି ନନଷ୍ଟପ ଅପରେସନ । ତିନିଦିନ ହେବ ୮୦ ଫୁଟ ଗାତରେ ଖସି ପଡ଼ିଥିବା ରାହୁଲ ସାହୁଙ୍କୁ ଉଦ୍ଧାର ପାଇଁ ଜାରି ରହିଛି ସମସ୍ତ ପ୍ରକାର ପକ୍ରିୟା  । ମିଳିଥିବା ସଦ୍ୟ ସୂଚନା ମୁତାବକ ଆଉ ୪ ଘଣ୍ଟା ଭିତରେ ରାହୁଲକୁ ଉଦ୍ଧାର କରିବାରେ ସଫଳ ହେବ NDRF ଏବଂ SDRF  ।   ଛତିଶଗଡ଼ ଜାଞ୍ଜାଗୀର ଚମ୍ପାର ଜିଲ୍ଲାପାଳ ଜିତେନ୍ଦ୍ର ଶୁକ୍ଳା ଏହି ସୂଚନା ପ୍ରଦାନ କରିଛନ୍ତି । ରାହୁଲ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ସୁସ୍ଥ ରହିଥିବାବେଳେ ଉଦ୍ଧାର କାର୍ଯ୍ୟ ଆଜି ହିଁ ସଫଳ ହେବ ବୋଲି ସୂଚନା ମିଳିଛି  ।

ଉଦ୍ଧାର କାର୍ଯ୍ୟରେ ଲାଗିଛି ଏନଡିଆରଏଫ ଓ ଏସଡିଆରଏଫ ଟିମ୍ । ରାହୁଲ ଜନ୍ମରୁ ମୁକ ବଧୀର ଅଟେ  । ନା କିଛି କହିପାରେ ନା କିଛି ଶୁଣିପାରେ  । ରାହୁଲ ଘର ପାଖରେ ଥିବା ଏକ ବୋରୱେଲରେ ତିନିଦିନ ତଳେ ଦଗଳି ପଡ଼ିଥିଲା  । ସବୁଠାରୁ ବଡ଼ କଥା ହେଉଛି  ୮୦ ଫୁଟ ବୋରଓ୍ବେଲରେ ଫସିଥିବା ରାହୁଲ ତିନିଦିନ ପରେ ମଧ୍ୟ ସୁସ୍ଥ ଅଛି । ସେ କଦଳି ଓ ଜୁସ ପିଉଛି  । ଉପରୁ ବୋରୱେଲ ଭିତରକୁ ଅମ୍ଲଜାନ ଦିଆଯାଉଛି  । ରାହୁଲ ହାତ ଓ ଗୋଡ଼ ହଲାଉଛି ଏବଂ ରେସପନ୍ସ ମଧ୍ୟ କରୁଛି ବୋଲି କହିଛି ଉଦ୍ଧାରକାରୀ ଟିମ୍ ।

ଛତିଶଗଡ଼ ଜାଞ୍ଜଗିର-ଚମ୍ପା ଜିଲ୍ଲା ଅନ୍ତର୍ଗତ ପିହରିଡ ଗ୍ରାମରେ 80 ଫୁଟ ବୋରଓ୍ବେଲରେ ଫସି ରହିଥିବା ରାହୁଲକୁ ଉଦ୍ଧାର ଲାଗି ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ୬୦ ଫୁଟରୁ ଅଧିକ ଗାତ ଖୋଳା ସରିଲାଣି । ଗତ ଶୁକ୍ରବାର ଅପରାହ୍ଣ 3ଟାରୁ ବୋରଓ୍ବେଲରେ ଫସି ରହିଥିବା ରାହୁଲକୁ ଉଦ୍ଧାର ଲାଗି ନିୟୋଜିତ ହୋଇଛନ୍ତି ଓଡ଼ିଶାର ଏକ ସ୍ୱତନ୍ତ୍ର ଟିମ  । ଏହା ସହିତ ୨ଟି ଏନଡିଆରଏଫ ଟିମ ଓ ଏସଡିଆରଏଫ ଟିମ ମଧ୍ୟ ଘଟଣାସ୍ଥଳରେ ନିୟୋଜିତ ରହିଛନ୍ତି । ଜିଲ୍ଲା ପ୍ରଶାସନ ଓ ପୋଲିସ ମୁତୟନ ରହିଛନ୍ତି । ରାହୁଲର ସ୍ବାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି ଏକ ଡାକ୍ତରୀ ଟିମ୍ ।।