ମୁଖ୍ୟ ଚୟନକର୍ତ୍ତା ପଦରୁ ଇସ୍ତଫା ଦେଲେ ଚେତନ ଶର୍ମା
1 min readନୂଆଦିଲ୍ଲୀ: ଷ୍ଟିଙ୍ଗ ଅପରେସନ ବିବାଦ ପରେ ପଦ ଛାଡ଼ିଲେ ଟିମ୍ ଇଣ୍ଡିଆର ମୁଖ୍ୟ ଚୟନକର୍ତ୍ତା ଚେତନ ଶର୍ମା । ମୁଖ୍ୟ ଚୟନକର୍ତ୍ତା ପଦରୁ ଇସ୍ତଫା ଦେଇଛନ୍ତି ଚେତନ । ବିସିସିଆଇ ସମ୍ପାଦକଙ୍କ ନିକଟକୁ ସେ ଇସ୍ତଫା ପତ୍ର ପଠାଇଛନ୍ତି । ବିସିସିଆଇ ସମ୍ପାଦକ ତାଙ୍କ ଇସ୍ତଫା ଗ୍ରହଣ କରିଥିବା ଜଣାପଡ଼ିଛି । ଏକ ଘରୋଇ ଟିଭି ଚ୍ୟାନେଲର ଷ୍ଟିଙ୍ଗ୍ ଅପରସନରେ ଭାରତୀୟ କ୍ରିକେଟ ଟିମ୍ ବିଷୟରେ ବିବାଦୀୟ ଟିପ୍ପଣୀ ରଖିଥିଲେ ଚେତନ । ଫିଟନେସ ପାଇଁ ଖେଳାଳିମାନେ ଇଞ୍ଜେକସନ ନେଉଥିବା ଚେତନ ଶର୍ମା କହିଥିଲେ । ବଡ଼ ବଡ଼ ଖେଳାଳି ଟିମରେ ଚୟନ ହେବା ପୂର୍ବରୁ ପେନ୍ କିଲର ଇଞ୍ଜେକ୍ସନ ନେଉଛନ୍ତି । ଏହା ସହ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ମଧ୍ୟରେ ଥିବା ବିବାଦକୁ ନେଇ ବି ଚାଞ୍ଚଲ୍ୟକର ଖୁଲାସା କରିଥିଲେ ମୁଖ୍ୟ ଚୟନକର୍ତ୍ତା ଚେତନ ଶର୍ମା ।
BCCI chief selector Chetan Sharma resigns from his post. He sent his resignation to BCCI Secretary Jay Shah who accepted it.
(File Pic) pic.twitter.com/1BhoLiIbPc
— ANI (@ANI) February 17, 2023