IPL 2021: ପାଞ୍ଚଶହ ଚଉକା ପୂରଣ କଲେ ମିଷ୍ଟର ଆଇପିଏଲ୍

ନୂଆଦିଲ୍ଲୀ: ମିଷ୍ଟର ଆଇପିଏଲ୍ ସୁରେଷ ରାଇନା ଆଇପିଏଲ ଇତିହାସରେ ନିଜର 500ଟି ଚଉକା ପୂରଣ କରିଛନ୍ତି। ବୁଧବାର ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଖେଳି ଚେନ୍ନାଇ ସୁପର କିଙ୍ଗ୍ସର ଷ୍ଟାର୍ ଖେଳାଳି ସୁରେଶ ରାଇନା ଏହି ଉପଲବ୍ଧି ହାସଲ କରଛିନ୍ତି। ତେବେ ଚତୁର୍ଥ ବ୍ୟାଟ୍ସମ୍ୟାନ ଭାବେ ରାଇନା ଏହି ଉପଲବ୍ଧି ହାସଲ କରିଛନ୍ତି।

ରାଇନା ବୁଧବାର ହାଇଦ୍ରାବାଦ ବିପକ୍ଷରେ 15ଟି ବଲରୁ ଅପରାଜିତ 17 ରନ୍ ସ୍କୋର କରିଥିଲେଷ। ଯେଉଁଥିରେ ସେ 3ଟି ଚଉକା ମାରିଥିଲେ। ବର୍ତ୍ତମାନସୁଦ୍ଧା ଆଇପିଏଲରେ  ସେ ମୋଟ 502ଟି ଚଉକା ମାରିଛନ୍ତି। ଏବଂ ଏଥିସହିତ ସେ ବିରାଟ୍ କୋହଲିଙ୍କ ରେକର୍ଡ଼ ପାଖାପାଖି ପହଞ୍ଚିଯାଇଛନ୍ତି।

ରୟାଲ ଚ୍ୟାଲେଞ୍ଜର୍ସ ବ୍ୟାଙ୍ଗଲୋର୍ ଅଧିନାୟକ ବିରାଟ କୋହଲି ବର୍ତ୍ତଂମାନ ସୁଦ୍ଧା ଆଇରପିଏଲରେ 521ଟି ଚଉକା ମାରିଛନ୍ତି। ଏବଂ ସେ ଆଇପିଏଲରେ ସର୍ବାଧିକ ଚଉକା ମାରିଥିବା ବ୍ୟାଟ୍ସମ୍ୟାନଙ୍କ ତାଲିକାରେ ତୃତୀୟ ସ୍ଥାନରେ ଅଛନ୍ତି। ତେବେ 624ଟି ଚଉକା ସହ ଏହି ତାଲିକାର ଏକ ନମ୍ବରେ ଅଛନ୍ତି ଦିଲ୍ଲୀ କ୍ୟାପିଟାଲ୍ସର ଷ୍ଟାର୍ ଖେଳାଳି ଶିଖର ଧାୱନ୍। ଏବଂ ଦ୍ୱିତୀୟ ସ୍ଥାନରେ ଅଛନ୍ତି ସନରାଇଜର୍ସ ହାଇଦ୍ରାବାଦର କ୍ୟାପ୍ଟେନ୍ ଡେଭିଡ ୱାର୍ଣ୍ଣର, ଯିଏ ଏପର୍ଯ୍ୟନ୍ତ 525ଟି ଚଉକା ମାରିଛନ୍ତି।

ତେବେ ଏହି ରେକର୍ଡ଼ ସହ ମିଷ୍ଟର ଆଇପିଏଲ୍ ସୁରେଶ ରାଇନା ଆଇପିଏଲରେ ଏବେ ସୁଦ୍ଧା 202ଟି ଛକା ମଧ୍ୟ ମାରିଛନ୍ତି।

 

Leave a Reply