IPL 2020: ଚେନ୍ନାଇକୁ ହରାଇ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ପହଞ୍ଚିଲା KKR
1 min read
ନୂଆଦିଲ୍ଲୀ: ଆଇପିଏଲର ୨୧ତମ ମ୍ୟାଚରେ ଚେନ୍ନାଇକୁ ମାତ୍ ଦେଲା କେକେଆର । ଚଳିତ ସିଜିନରେ ପ୍ରଥମଥର ମୁହାଁମୁହିଁ ହୋଇଥିଲେ ଚେନ୍ନାଇ ସୁପର କିଙ୍ଗ୍ସ ଓ କୋଲକାତା ନାଇଟ୍ ରାଇଡର୍ସ । କେକେଆରର ରାହୁଲ ତ୍ରୀପାଠୀଙ୍କ ୮୧ ରନ ଆଗରେ ପଡ଼ିଗଲା ସେନ୍ ୱାଟ୍ସନ୍ ଅର୍ଧଶତକ। ପ୍ରଥମେ ବ୍ୟାଟିଂ କରି କୋଲକାତା ୧୬୭ ରନ୍ କରିଥିଲା । ଜବାବରେ ଚେନ୍ନାଇ ୧୫୭ ରନ କରିବାରେ ସକ୍ଷମ ହୋଇଥିଲା । ମ୍ୟାଚ ଜିତି କୋଲ୍କାତା ପଏଣ୍ଟ୍ ତାଲିକାରେ ତୃତୀୟ ସ୍ଥାନକୁ ଉଠିଥିବାବେଳେ ଚେନ୍ନାଇ ପଞ୍ଚମ ସ୍ଥାନରେ ଅପରିବର୍ତିତ ରହିଛି । ସେପଟେ ଆଜି ପଞ୍ଜାବ ଓ ହାଇଦ୍ରାବାଦ୍ ମଧ୍ୟରେ ହେବ ଆଇପିଏଲ୍ ଟକ୍କର ।
କୋଲକାତା ନାଇଟ୍ ରାଇଡର୍ସ ଚେନ୍ନାଇ ସୁପର କିଙ୍ଗ୍ସକୁ ୧୦ ରନରେ ପରାସ୍ତ କରିଛି । ଏହି ସିଜିନ୍ ରେ କୋଲକାତାର ଏହା ତୃତୀୟ ବିଜୟ । ଏମଏସ ଧୋନିଙ୍କ ଦଳ ଚେନ୍ନାଇ ସୁପର କିଙ୍ଗ୍ସର ଏହା ହେଉଛି ଚତୁର୍ଥ ପରାଜୟ । ଚେନ୍ନାଇ ବିପକ୍ଷରେ ଜିତିଥିବା କୋଲକାତାକୁ ପଏଣ୍ଟ ଟେବୁଲରରୁ ବଡ଼ ଫାଇଦା ହୋଇଛି । ପଏଣ୍ଟ ଟେବୁଲରେ କେକେଆର ୬ଟି ପଏଣ୍ଟ ସହ ତୃତୀୟ ସ୍ଥାନରେ ପହଞ୍ଚିଛି । ଏହା ସହିତ ତାଙ୍କର ନେଟ ରନ୍ ହାର ମଧ୍ୟ ପ୍ଲସ୍ ହୋଇଯାଇଛି ।
ଚଳିତ ସିଜିନରେ କୋଲକାତା ଏପର୍ଯ୍ୟନ୍ତ ପାଞ୍ଚଟି ମ୍ୟାଚରୁ ତିନୋଟି ବିଜୟ ରେକର୍ଡ କରିଛି । ଛଅ ପଏଣ୍ଟ ସହିତ ତାଙ୍କର ନେଟ୍ ରନ୍ ହାର ହେଉଛି +0.002 । ଏଥି ସହିତ ଚେନ୍ନାଇ ଟିମ୍ ପଏଣ୍ଟ ଟେବୁଲରେ ପାଞ୍ଚ ନମ୍ବରରେ ପହଞ୍ଚିଛି । ଏଥିସହ ତାଙ୍କର ନେଟ୍ ରନ୍ ହାର ମଧ୍ୟ ନେଗେଟିଭ୍ ରେ ରହିଛି । ଚେନ୍ନାଇ ଚଳିତ ସିଜନରେ ଏପର୍ଯ୍ୟନ୍ତ ୬ଟି ମ୍ୟାଚ୍ ଖେଳି ଦୁଇଟି ମ୍ୟାଚ୍ ଜିତିଛି ଓ ଚାରିଟି ହାରିଛି । ଏହି ସମୟରେ, ତାଙ୍କର ନେଟ୍ ରନ୍ ହାର ହେଉଛି -0.371 ।
ଏହି ସିଜନରେ ୪ଟି ମ୍ୟାଚ୍ ଜିତିଥିବା ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମ ସ୍ଥାନରେ ରହିଛି । ମୁମ୍ବାଇର ଏପର୍ଯ୍ୟନ୍ତ ଆଠ ପଏଣ୍ଟ ରହିଛି ଏବଂ ଏହାର ନେଟ ରନ୍ ହାର +1.488 ରହିଛି, ଯାହା ସମସ୍ତ ଟିମ୍ ତୁଳନାରେ ସର୍ବୋତ୍ତମ । ଏଥି ସହିତ ପଏଣ୍ଟ ଟେବୁଲରେ ଦ୍ୱିତୀୟ ସ୍ଥାନରେ ଥିବା ଦିଲ୍ଲୀ କ୍ୟାପିଟାଲ ମଧ୍ୟ ୪ଟି ମ୍ୟାଚ୍ ଜିତିଛି, କିନ୍ତୁ ନେଟ୍ ରନ୍ ହାରରେ ପଛରେ ଥିବାରୁ ଏହି ଟିମ୍ ଦ୍ୱିତୀୟ ସ୍ଥାନରେ ଅଛନ୍ତି।
ପଏଣ୍ଟ ଟେବୁଲରେ ସବୁଠୁ ତଳେ ତଥା ଅଷ୍ଟମ ସ୍ଥାନରେ ପଞ୍ଜାବ କିଙ୍ଗ୍ସ ଚିମ୍ ରହିଛି। ଏହି ସିଜିନ୍ ରେ ପଞ୍ଜାବ ଏପର୍ଯ୍ୟନ୍ତ ପାଞ୍ଚଟି ମ୍ୟାଚ୍ ଖେଳିଛି ଯେଉଁଥିରେ ସେମାନେ ଗୋଟିଏ ମ୍ୟାଚ୍ରେ ଜିତିଛନ୍ତି ଏବଂ ୪ଟି ମ୍ୟାଚ୍ରେ ପରାଜୟର ସାମ୍ନା କରିବାକୁ ପଡିଛି । ତଥାପି, ତାଙ୍କର ନେଟ ରନ୍ ପ୍ଲସ୍ ରେ ରହିଛି । ଏଥି ସହିତ ଲଗାତାର ୩ଟି ମ୍ୟାଚ୍ ହାରିଥିବା ରାଜସ୍ଥାନ ରୟାଲ୍ସ ପଏଣ୍ଟ ଟେବୁଲରେ ସପ୍ତମ ସ୍ଥାନରେ ରହିଛି ଏବଂ ସନରାଇଜର୍ସ ହାଇଦ୍ରାବାଦ ଷଷ୍ଠ ସ୍ଥାନରେ ରହିଛି। ଏହା ବ୍ୟତୀତ ପାଞ୍ଚଟି ମ୍ୟାଚରେ ତିନୋଟି ମ୍ୟାଚ୍ ଜିତିଥିବା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପଏଣ୍ଟ ଟେବୁଲରେ ଚତୁର୍ଥ ସ୍ଥାନରେ ରହିଛି।