ଦିବ୍ୟାଙ୍ଗ ହେଲେ ବି ସକ୍ଷମ, ମିଳୁନି ସରକାରୀ ପ୍ରୋତ୍ସାହନ

ଛେଣ୍ଡିପଦା : ଦିବ୍ୟାଙ୍ଗ ହେଲେ ବି ସେମାନେ ସକ୍ଷମ । ସେମାନେ ସାଧାରଣ ଲୋକଙ୍କ ପରି ଖେଳି ବୁଲି ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ଓଡ଼ିଶା ଦିବ୍ୟାଙ୍ଗ କ୍ରିକେଟ ଟିମରେ ସାମିଲ ହୋଇଛନ୍ତି ଅନୁଗୁଳ ଛେଣ୍ଡିପଦା ବ୍ଲକର ଦୁଇ ଦିବ୍ୟାଙ୍ଗ ଖେଳାଳି । ଆନ୍ଧ୍ର ଓ ଦିଲ୍ଲୀରେ ଓଡିଶା ଦିବ୍ୟାଙ୍ଗ ହୁଇଲ ଚେୟାର ଟିମରେ ଖେଳି କୃତିତ୍ୱ ଆଣିଛନ୍ତି । ହେଲେ ସେମାନଙ୍କୁ ସରକାରୀ ପ୍ରୋତ୍ସାହନ ମିଳୁନାହିଁ । ସେହିପରି ଅନେକ ଦିବ୍ଯାଙ୍ଗ ଆର୍ଥିକ ଅନଟନ ଯୋଗୁଁ କ୍ରିକେଟ ଖେଳିପାରୁନାହାଁନ୍ତି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଦିବ୍ଯାଙ୍ଗ ଖେଳାଳି ।
ସାଧାରଣ ଲୋକଙ୍କ ପରି ଏମାନେ ସିନା ଚାଲି ପାରୁ ନାହାନ୍ତି । ହେଲେ ନିଜର ଦୃଢ ମନୋବଳ ଯୋଗୁଁ ସେ ଅନେକ ସଫଳତା ପାଇପାରିଛନ୍ତି । ସରକାର ଦିବ୍ୟାଙ୍ଗ ଖେଳାଳି ମାନଙ୍କ ପାଇଁ ସ୍ୱତନ୍ତ୍ର ପଡିଆ, ଖେଳ ସାମଗ୍ରୀ ଓ ହୁଇଲ ଚେୟାର ଆଦି ଯୋଗାଇଦେବାକୁ ଦାବି କରିଛନ୍ତି ଦିବ୍ଯାଙ୍ଗ ଖେଳାଳି । ସରକାର ସମସ୍ତ ସୁବିଧା ସୁଯୋଗ ଯୋଗାଇଦେଲେ ସେମାନଙ୍କ ଦକ୍ଷତାର ବିକାଶ ହୋଇପାରିବ ବୋଲି କହିଛନ୍ତି ସ୍ଥାନୀୟ ସ୍ପୋର୍ଟ୍ସ କ୍ଳବ ସଭାପତି ।