ରାଉରକେଲା ଏୟାରପୋର୍ଟ କାମ ତୁରନ୍ତ ସାରିବାକୁ ମୁଖ୍ୟ ଶାସନ ସଚିବଙ୍କ ଚିଠି

1 min read
CS Writes To Function Talcher Medical College As Soon As Possible

ଭୁବନେଶ୍ୱର: ଇସ୍ପାତ ମନ୍ତ୍ରାଳୟର ସଚିବ ସଞ୍ଜୟ କୁମାର ସିଂହଙ୍କୁ ମୁଖ୍ୟ ଶାସନ ସଚିବଙ୍କ ଚିଠି । ରାଉରକେଲା ଏୟାରପୋର୍ଟ କାମ ତୁରନ୍ତ ସାରିବାକୁ ଅନୁରୋଧ । ଆସନ୍ତାବର୍ଷ ଅନୁଷ୍ଠିତ ହେବାକୁ ଥିବା ପୁରୁଷ ହକି ବିଶ୍ୱକପ ପୂର୍ବରୁ ସାରିବାକୁ କହିଲେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ଉଡାଣ ଯୋଜନାରେ SAIL ଏହାର ବିକାଶ କରୁଛି । SAIL ଓ AAI ମଧ୍ୟରେ ଏନେଇ ୨୦୧୮ରେ MoU ହୋଇଛି । ପରିବହନ କ୍ଷେତ୍ରରେ ରାଉରକେଲା ଏୟାରପୋର୍ଟର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ପୁରୁଷ ହକି ବିଶ୍ୱକପ ପାଇଁ ଏହାର ରହିବ ବଡ ଭୂମିକା ।

ବ୍ୟକ୍ତିଗତ ଭାବେ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ଅନୁରୋଧ କଲେ ମୁଖ୍ୟ ଶାସନ ସଚିବ । ବିଶ୍ବକପ୍ ଆୟୋଜନ ନେଇ ସଫଳତା ପୂର୍ବକ ରାଜ୍ୟ ସରକାର ସମସ୍ତ ପ୍ରକାର ପ୍ରସ୍ତୁତି କରିଛନ୍ତି । ପୂର୍ବରୁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ସଚିବଙ୍କ ନିକଟକୁ ପତ୍ର ଲେଖିଥିଲେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । କୋଲକାତା, ରାୟପୁର, ଦିଲ୍ଲୀ, ହାଇଦ୍ରାବାଦ, ମୁମ୍ବାଇ, ଭୁବନେଶ୍ବର ବିମାନ ବନ୍ଦର ସହ ଭିଏସଏସ ବିମାନ ବନ୍ଦର ନିକଟତମ ବିମାନବନ୍ଦର । ସେହିପରି ଝାରସୁଗୁଡା ସହ ରାଉରକେଲାକୁ ଯିବା ଲାଗି ଉତ୍ତମ ସଡ଼କ ପଥ ଓ ରେଳପଥ ରହିଛି । ଏହାକୁ ଦୃଷ୍ଟିରେ ରଖି ଯଦି ଝାରସୁଗୁଡାକୁ ଅଧିକ ବିମାନ ଚଳାଚଳ ବ୍ୟବସ୍ଥା କରାଯିବ ତେବେ ହକିର ପ୍ରସାର ଲାଗି ଏକ ବଳିଷ୍ଠ ପଦକ୍ଷେପ ହେବ ବୋଲି ପତ୍ରରେ ଲେଖିଥିଲେ ମୁଖ୍ୟ ଶାସନ ସଚିବ ।