୨୪ ଘଣ୍ଟା ନ ପୂରୁଣୁ ନନ୍ଦନକାନନକୁ ଆସିଥିବା ମାଈ ଚିତ୍ରା ବିରାଡ଼ିର ମୃତ୍ୟୁ

ଭୁବନେଶ୍ୱର: ମଙ୍ଗଳବାର ଆସିଲା, ବୁଧବାର ରାତିରେ ଗଲା ଜୀବନ । ୨୪ ଘଣ୍ଟା ନପୂରୁଣୁ  ନନ୍ଦନକାନନକୁ ଆସିଥିବା ମାଈ ଚିତ୍ରା ବିରାଡ଼ିର ମୃତ୍ୟୁ । ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଜନ୍ତୁ ଅଦଳ ବଦଳ ପ୍ରକ୍ରିୟାରେ ଆସିଥିବା ମାଈ ଚିତ୍ରା ବିରାଡ଼ିର ବିଳମ୍ବିତ ରାତିରେ ମୃତ୍ୟୁ ହୋଇଛି । ବିରାଡି ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ମୃତଦେହ ବ୍ୟବଚ୍ଛେଦ ପରେ ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି କର୍ତ୍ତୃପକ୍ଷ କହିଛନ୍ତି । ଗତ ମଙ୍ଗଳବାର ଏକ ହଳ ଚିତ୍ରା ବିରାଡ଼ି ଓ ଏକ ହଳ ହୁଲକ ଗିବନ ଜନ୍ତୁମାନଙ୍କୁ ଅରୁଣାଚଳ ପ୍ରଦେଶର ଇଟାନଗର ଜୁ’ ରୁ ନନ୍ଦନକାନନ ଅଣାଯାଇଥିଲା ।