ଏହି ଦେଶରେ ପେଟ୍ରୋଲ ଲିଟର ୧.୫୦ ପଇସା, ୫୦ ଟଙ୍କାରେ ଟାଙ୍କି ଭର୍ତ୍ତି

Cheapest Petrol One Rupee Per Liter Tank Full Only In 50 Rupees

ନୂଆଦିଲ୍ଲୀ: ଦେଶରେ ତୈଳଦର ଦିନକୁ ଦିନ ଏତେ ବଢ଼ୁଛି ଯେ ଗାଡ଼ି ଚଢ଼ିବାକୁ ଲୋକେ ଡରିଲେଣି । ରାଜସ୍ଥାନର ଶ୍ରୀଗଙ୍ଗାନଗର, ମଧ୍ୟପ୍ରଦେଶର ଅନୁପପୁର ଓ ବାଲଘାଟ ସମେତ କେତେକ ସ୍ଥାନରେ ପେଟ୍ରୋଲ ଲିଟର ପିଛା ପ୍ରାୟ ୧୨୦ ଟଙ୍କାରେ ବିକ୍ରି ହେଉଛି । ଆମ ରାଜ୍ୟର ମାଲକାନଗିରିରେ ମଧ୍ୟ ପେଟ୍ରୋଲ୍ ଓ ଡିଜେଲ୍ ଦର ସବୁଠୁ ଅଧିକ ରହିଛି । ଭାରତରେ ତୈଳଦର ହୁ ହୁ ହୋଇ ବଢ଼ୁଥିବା ବେଳେ ଦୁନିଆରେ ଏମିତି କିଛି ଦେଶ ଅଛନ୍ତି ଯେଉଁଠି ପେଟ୍ରୋଲ ଓ ଡିଜେଲ୍ ଆମଠୁ ମହଙ୍ଗା ତ ଆଉ କେଉଁଠି ବେଶ୍ ଶସ୍ତା ।

କେଉଁଠି ମହଙ୍ଗା ?

ଦୁନିଆର ସବୁ ଦେଶ ଅପେକ୍ଷା ହଂକଂରେ ପେଟ୍ରୋଲ ଦାମ ସବୁଠୁ ଅଧିକ । ହଂକଂରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୨.୫୬ ଡଲାର୍ ଅର୍ଥାତ୍ ଭାରତୀୟ ମୁଦ୍ରାରେ ୧୯୨ ଟଙ୍କାରୁ ଅଧିକ । ସେହିଭଳି ନେଦରଲ୍ୟାଣ୍ଡରେ ପେଟ୍ରୋଲ ୨.୧୮ ଡଲାର୍ ଅର୍ଥାତ୍ ଭାରତୀୟ ମୁଦ୍ରାରେ ଲିଟର ପିଛା ୧୬୩ ଟଙ୍କା । ସେହିଭଳି ସେଣ୍ଟ୍ରାଲ୍ ଆଫ୍ରିକାନ ରିପବ୍ଲିକରେ ପେଟ୍ରୋଲ ଦର ୧୬୦ ଟଙ୍କା ପାଖାପାଖି । ଇସ୍ରାଏଲ୍, ନରୱେ, ଫିନଲ୍ୟାଣ୍ଡ, ଡେନମାର୍କ, ଆଇସଲ୍ୟାଣ୍ଡ ଭଳି ଦେଶରେ ମଧ୍ୟ ପେଟ୍ରୋଲ୍ ବହୁତ ମହଙ୍ଗା ।

Cheapest Petrol One Rupee Per Liter Tank Full Only In 50 Rupees

କେଉଁଠି ଶସ୍ତା ?

ରିପୋର୍ଟ ଅନୁସାରେ, ଦକ୍ଷିଣ ଆମେରିକୀୟ ଦେଶ ଭେନଜୁଏଲାରେ ପେଟ୍ରୋଲ୍ ସବୁଠୁ ଶସ୍ତା । ଏଠାରେ ପେଟ୍ରୋଲର ଲିଟର ପିଛା ଦର ୦.୦୨ ଡଲାର୍ । ଅର୍ଥାତ୍ ଏଠାରେ ଆପଣ ୧ ଟଙ୍କା ୫୦ ପଇସା ଦେଲେ ଗୋଟିଏ ଲିଟର ପେଟ୍ରୋଲ ପକାଇ ପାରିବେ ।

ଏବେ ଆସିବା ଭାରତକୁ । ଯଦି ଆପଣଙ୍କ କାରର ତେଲ ଟାଙ୍କି ୩୦ ଲିଟର କ୍ଷମତା ବିଶିଷ୍ଟ ତାହେଲେ ଟାଙ୍କି ଫୁଲ୍ ପାଇଁ ଦିଲ୍ଲୀରେ ଆପଣଙ୍କୁ ୩୨୬୦ ଟଙ୍କା, ମୁମ୍ବାଇରେ ୩୪୩୪ ଟଙ୍କା ଦେବାକୁ ପଡ଼ିବ । ଏଭଳି ସ୍ଥିତିରେ ଯଦି ଭେନଜୁଏଲାରେ ଆପଣ କାର୍ ଟାଙ୍କି ଭର୍ତ୍ତି କରିବେ ତ ଆପଣଙ୍କ ଟାଙ୍କି ୫୦ ଟଙ୍କାରେ ଫୁଲ୍ ହୋଇଯିବ ।

ଭେନଜୁଏଲା ଭଳି ଇରାନରେ ପେଟ୍ରୋଲ ଦର ବହୁତ୍ କମ । ଇରାନରେ ପେଟ୍ରୋଲ ଲିଟର ପିଛା ୦.୦୬ ଡଲାର୍ ଅର୍ଥାତ୍ ଭାରତୀୟ ମୁଦ୍ରାରେ ୪ ଟଙ୍କା ୫୧ ପଇସା । ସେହିଭଳି ସିରିଆରେ ୧ ଲିଟର ପେଟ୍ରୋଲ ପାଇଁ ୧୭ ଟଙ୍କା ଖର୍ଚ୍ଚ କରିବାକୁ ପଡ଼େ । ଏହିଭଳି କୁଏତ, ନାଇଜେରିଆ, ତୁର୍କିମେନିସ୍ତାନ, କାଜକସ୍ତାନ, ଅଙ୍ଗୋଲା, ଅଲଜିରିୟା, ଇଥିୟୋପିୟା ଆଦି ଦେଶରେ ପେଟ୍ରୋଲର ଦର ଅଧା ଡଲାରରୁ କମ୍ । ଅର୍ଥାତ୍ ଏସବୁ ଦେଶରେ ପେଟ୍ରୋଲ ଲିଟର ୪୦ ଟଙ୍କାରୁ କମ୍ ଦରରେ ମିଳୁଛି ।

Leave a Reply