କାଲି ସୁନାବେଶ, ରଥ ଉପରେ ଝଲସିବେ ଶ୍ରୀବିଗ୍ରହ

ଆସନ୍ତାକାଲି ପବିତ୍ର ସୁନାବେଶ ବା ବଡତଢାଉ ବେଶ | ରଥ ଉପରେ ଝଲସିବେ ଶ୍ରୀବିଗ୍ରହ | ମହଣ ମହଣ ସୁବର୍ଣ୍ଣ ରେ ନିର୍ମିତ ଶ୍ରୀପୟର ,ଶ୍ରୀଭୁଜ , କିରଟ, ଓଡ଼ିଆଣୀ ପ୍ରଭୃତି ଭିନ୍ନ ଭିନ୍ନ ସ୍ଵର୍ଣ୍ଣ ଅଳଙ୍କାରରେ ଶ୍ରୀଜିଉ ଅଳଙ୍କୃତ ହେବ | ଭଣ୍ଡାର ଘରୁ ପାଳିଆ ମେକାପ , ଖୁଣ୍ଟିଆ ସେବକ , ପୋଲିସ ଫୋର୍ସ ,ମନ୍ଦିର ତଥା ଗାରଦ କର୍ମଚାରୀଙ୍କ ସହାୟତାରେ ଟନ ଓଜନର ସୁନା ଅଳଙ୍କାର ଶ୍ରୀମନ୍ଦିରରୁ ଅଣାଯିବ | ପରେ ଏହାକୁ ପାଳିଆ ପୁଷ୍ପାଳକ ,ଦଇତାପତି, ଖୁଣ୍ଟିଆ ମେକାପ ତଳୁଛ ଓ ଭିତରଛୁ ସେବାୟତ ମାନେ ଶ୍ରୀଜିଉଙ୍କୁ ରଥ ଉପରେ ବେଶ କରାଇବେ |

ମଧ୍ୟାହ୍ନ ଧୂପ ନୀତି ଶେଷ ପରେ ଶ୍ରୀଜୀଉଙ୍କ ମଇଲମ ଓ ମେକାପ ସର୍ବାଙ୍ଗ ନୀତି ଶେଷ କରି ସୁନାବେଶ ଅନୁଷ୍ଠିତ ହେବ  | ବର୍ଷକୁ ପାଞ୍ଚଥର ଶ୍ରୀଜୀଉଙ୍କ ଏହି ଦୁର୍ଲଭ ସୁନାବେଶ ଅନୁଷ୍ଠିତ ହେଉଥିବା ବେଳେ ତନ୍ମଧ୍ୟରୁ  ରଥ ଉପରେ  ଥରଟିଏ ଏହି ବେଶ କରାଯାଉଥିବାରୁ ଏହାର ମହତ୍ତ୍ୱ ବେଶ ଅଧିକ ରହିଛି | ତେବେ ନୀତିକାନ୍ତି ସୁଚାରୁ ରୂପେ ହେବା ସହ ଶୃଙ୍ଖଳିତ ଭାବରେ ଆସନ୍ତାକାଲି ସୁନାବେଶ ଅନୁଷ୍ଠିତ ହେବା ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି |

Leave a Reply