କଲମା ଗେଟ୍ ଖୋଲିବା ନାଁରେ ପ୍ରହସନ କରୁଛି ଛତିଶଗଡ଼
![](https://nandighoshatv.com/wp-content/uploads/2024/06/ଚାଲାକି-ଦେଖାଉଛି-ଛତିଶଗଡ଼-SAMBALPUR_KALAMA-GATE-OPEN-1024x576.jpg)
ସମ୍ୱଲପୁର : ପାଣି ଛାଡ଼ିବା ନାଁରେ ଛତିଶଗଡ଼ର ଧର୍ମକୁ ଆଖିଠାର । ହୀରାକୁଦରେ ପାଣି କମୁଥିବା ନେଇ ଅଭିଯୋଗ ପରେ ଚାଲାକି ଦେଖାଇଛି ଛତିଶଗଡ଼ । କଲମା ଗେଟ୍ ଖୋଲିବା ନାଁରେ କରିଛି ପ୍ରହସନ । ୨୦ଟି ଗେଟ୍ ଖୋଲିଥିଲେ ବି ପ୍ରତି ଗେଟକୁ ଆଶିଂକ ଭାବେ ମାତ୍ର ଗୋଟିଏ ଫୁଟ ଲେଖାଏଁ ଖୋଲାଯାଇଛି । ଫଳରେ ଗୋଟିଏ ଗେଟରେ ଯେତିକି ପାଣି ଆସିବା କଥା ସେତିକି ଆସୁନାହିଁ ।
ଛତିଶଗଡ଼ ପାଣି ଅଟକାଇବା ଫଳରେ ହୀରାକୁଦର ଜଳସ୍ତର କମିବାରେ ଲାଗିଛି । ୬୦୦ ଫୁଟକୁ ଖସିଆସିଛି ହୀରାକୁଦର ଜଳସ୍ତର । ଗତବର୍ଷ ଏହି ସମୟରେ ହୀରାକୁଦର ଜଳସ୍ତର ୬୦୭ ଫୁଟ ରହିଥିଲା । ଫଳରେ ଗତବର୍ଷ ଅପେକ୍ଷା ଚଳିତବର୍ଷ ୭ ଫୁଟ କମ ପାଣି ରହିଛି । ହୀରାକୁଦ ମୁଖ୍ଯମନ୍ତ୍ରୀଙ୍କ ସୂଚନା ଅନୁସାରେ ପୂର୍ବରୁ ଛତିଶଗଡ଼ ୧୩ଟି ଗେଟ୍ ଖୋଲିଥିବାବେଳେ ଏବେ ୨୦ଟି ଗେଟ ଖୋଲିଛି । ମାତ୍ର ଏଥିରେ ୧ ଫୁଟ ଉଚ୍ଚତାର ପାଣି ଆସୁଛି ।