ଆଜିଠାରୁ ୬ ଦିନ ପାଇଁ ଛତ୍ରପୁର ଏନ୍ଏସି ସଟ୍‌ଡାଉନ୍‌

1 min read

ବ୍ରହ୍ମପୁର: ଆଜିଠୁ ୬ ଦିନ ଯାଏଁ ଛତ୍ରପୁର NAC ସଟଡାଉନ୍ । ଛତ୍ରପୁର NACର ୧୪ଟି ଓ୍ବାର୍ଡକୁ ସଟଡାଉନ୍ ଘୋଷଣା କରାଯାଇଛି । ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ଛାଡ଼ି ଅନ୍ୟ ସବୁ ଦୋକାନ ବନ୍ଦ ରହିଛି । ଛତ୍ରପୁର ଏନଏସି ସଟଡାଉନ ନେଇ ଗତକାଲି ଗଞ୍ଜାମ ଜିଲ୍ଲାପାଳ ଘୋଷଣା କରିଥିଲେ । ଡାକବାଜି ଯନ୍ତ୍ର ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଇଥିଲା

Collector & District Magistrate, Ganjam on Twitter:

ସୂଚନା ଯୋଗ୍ୟ ଯେ, ରାଜ୍ୟର ଅନ୍ୟ ଜିଲ୍ଳା ଅପେକ୍ଷା ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଅଧିକ ରହିଛି । ଏହାକୁ ଦୃଷ୍ଟିରେ ରଖି ଭୂତାଣୁ ସଂକ୍ରମଣ ରୋକିବା ଲାଗି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଲଗାତାର ଭାବେ କଡ଼ା ପଦକ୍ଷେପ ଗ୍ରହଣ କରାଯାଉଛି ।  ଏହା ପୂର୍ବରୁ ବ୍ରହ୍ମପୁର ମହାନଗରକୁ ମଧ୍ୟ ସଟ୍‌ଡାଉନ୍‌ ଘୋଷଣା କରିଥିଲା ଗଞ୍ଜାମ ଜିଲ୍ଲା ପ୍ରଶାସନ । ୪ ଦିନ ପାଇଁ ସଟଡାଉନ୍‌ କରାଯାଇଛି ।

Vijay IAS on Twitter:

ଶନିବାର ଓ ରବିବାର ସାପ୍ତାହିକ ସଟଡାଉନ୍‌ ଥିବା ବେଳେ ସୋମବାର ଓ ମଙ୍ଗଳବାର ମଧ୍ୟ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି  । ଅର୍ଥାତ ଆଜି ହେଉଛି ବ୍ରହ୍ମପୁରରେ ସଟ୍‌ଡାଉନ୍‌ର ଶେଷ ଦିନ । ସଟଡାଉନ୍ ସମୟରେ ୭୦ ଟି ମେଡିକାଲ ଟିମ୍ ଘର ଘର ବୁଲି ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ସଂକ୍ରମିତଙ୍କ ଚିହ୍ନଟ କରିଛି । ଏଥିସହିତ ଆବଶ୍ୟକସ୍ଥଳେ କିଛି ଅଞ୍ଚଳକୁ ସିଲ୍ ମଧ୍ୟ କରାଯାଇଛି । ଏଥିସହିତ ଜିଲ୍ଲାର ଅନ୍ୟ ଅଞ୍ଚଳକୁ ମଧ୍ୟ ସିଲ୍ କରାଯାଇଛି ।

 

Leave a Reply