ନୂଆ ରୂପରେ ଛତ୍ରବଜାର, ୧୫୦ ବର୍ଷର ପରିବା ମାର୍କେଟର ହୋଇଛି ନବକଳେବର

କଟକ: ନୂଆ ରୂପରେ ଛତ୍ରବଜାର । ୧୫୦ ବର୍ଷର ପରିବା ମାର୍କେଟର ହୋଇଛି ନବକଳେବର । ଖୁବଶୀଘ୍ର ଏହାର ଉଦଘାଟନ ହେବାକୁ ଥିବାବେଳେ ନୂଆ ମାର୍କେଟରେ ଚୂଡାନ୍ତ ସମୀକ୍ଷା କରିଛନ୍ତି ଚୌଦ୍ବାର କଟକ ବିଧାୟକ ସୌଭିକ ବିଶ୍ବାଳ ଓ ମେୟର ସୁବାସ ସିଂ । ସିଏମସି କମିଶନର ନିଖିଳ ପବନ କଲ୍ୟାଣ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ମାର୍କେଟ ଅଞ୍ଚଳ ପରିଦର୍ଶନ କରି ସମୀକ୍ଷା କରିଛନ୍ତି । ମାର୍କେଟରେ ୫୫୦ଟି ପିଣ୍ଡି ବ୍ୟବସାୟୀଙ୍କୁ ଦିଆଯିବ । ଏହାଦ୍ବାରା ୫୦୦ରୁ ଅଧିକ ବ୍ୟବସାୟୀ ଉପକୃତ ହେବେ । ମାର୍କେଟରେ ପିଇବା ପାଣି, ଟୟଲେଟ ଓ ପାର୍କିଂ ବ୍ୟବସ୍ଥା ରହିଛି ।

ନୂଆ ପରିବା ମାର୍କେଟକୁ ଲାଗି ରହିଛି ତାଳଦଣ୍ଡା କେନାଲ । ଏହାର ସୌନ୍ଦର୍ଯ୍ୟକରଣ ମଧ୍ୟ କରାଯାଉଛି । ପରିବା ମାର୍କେଟକୁ ଆସୁଥିବା ଲୋକଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ସାଢେ ତିନି କୋଟି ଟଙ୍କା ଖର୍ଚ୍ଚରେ ବଜାରର ନବକଳେବର କରାଯାଇଛି । ଆସନ୍ତା ମେ ୧ ତାରିଖରେ ଛତ୍ରବଜାର ନୂଆ ପରିବା ମାର୍କେଟ ସହ ଆଉ ଦୁଇଟି ପ୍ରକଳ୍ପର ଶୁଭ ଉଦଘାଟନ ହେବାର ସମ୍ଭାବନା ରହିଛି ।