କାଲି ଛତିଶାନିଯୋଗ ବୈଠକ: ଶ୍ରୀମନ୍ଦିରେ ମହାପ୍ରଭୁଙ୍କ ଦର୍ଶନ ନେଇ ନିଆଯିବ ନିଷ୍ପତ୍ତି

 ପୁରୀ: ଶନିବାର ଶ୍ରୀମନ୍ଦିର ଛତିଶାନିଯୋଗ ବୈଠକ |  ଦିନ ୧୨ଟାରେ ନୀଳାଦ୍ରି ଭକ୍ତ ନିବାସରେ ଅନୁଷ୍ଠିତ ହେବ ଏହି ବୈଠକ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କିଷନ କୁମାରଙ୍କ ଅଧ୍ୟକ୍ଷତାରେ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ତେବେ ଏହି ବୈଠକରେ ମୁଖ୍ୟତଃ ୪ ଟି ଗୁରୁତ୍ତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇ ମୋହର ମରାଯିବ। କରୋନା ପାଇଁ   ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ  ବ୍ୟବସ୍ଥା  ବନ୍ଦ ଥିବା ବେଳେ ଭକ୍ତଙ୍କ ପ୍ରବେଶ ଓ ଦର୍ଶନ ବ୍ୟବସ୍ଥା ଉପରୁ କଟକଣା ହଟାଇବା ନେଇ ବିଶେଷ ଭାବେ ଏହି ବୈଠକରେ ଆଲୋଚନା କରାଯିବ | ଏଥିସହ ମହାପ୍ରଭୁଙ୍କ ପହିଲି ଭୋଗ ନୀତି ନିର୍ଘଣ୍ଟ  , ମକର ସଂକ୍ରାନ୍ତି ନୀତି ନିର୍ଘଣ୍ଟ , ଦେବଭିଷେକ ପୂର୍ଣ୍ଣିମା ନୀତି ନିର୍ଘଣ୍ଟ ଅନୁମୋଦନ କରାଯିବ । ତେବେ ସବୁଠୁ ବଡ଼କଥା ହେଲା କରୋନା କଟକଣା ଯୋଗୁଁ ୯ମାସ ହେବ ସାଧାରଣ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିରରେ  ମହାପ୍ରଭୁଙ୍କ ଦର୍ଶନ ବନ୍ଦରହିଛି | ଶ୍ରୀମନ୍ଦିର କୁ ଭକ୍ତଙ୍କ ପ୍ରବେଶ କଟକଣା କିଭଳି କୋହଳ କରାଯିବ, କରୋନା ସମୟରେ କିଭଳି ସୁବ୍ୟବସ୍ଥା କରି ଭକ୍ତଙ୍କୁ ମହାପ୍ରଭୁଙ୍କ  ଦର୍ଶନ ପାଇଁ ଛଡ଼ାଯିବ ସେନେଇ ବିଶେଷ ଆଲୋଚନା କରାଯିବ| ଆସନ୍ତାକାଲିର ବୈଠକରେ ଶ୍ରୀମନ୍ଦିର ଖୋଲିବା ନେଇ କଣ ନିଷ୍ପତ୍ତି ନିଆଯାଉଛି ସେନେଇ ଅପେକ୍ଷାରେ ଚାହିଁ ବସିଛନ୍ତି ଅଗଣିତ ଜଗନ୍ନାଥ ପ୍ରେମୀ |

Leave a Reply