ସରକାରୀ ପଦବୀ ପାଇଁ ପରୀକ୍ଷାରେ କପି କଲେ ଆଶାୟୀ, AI ଚାଟ୍ ଜିପିଟି ମାଧ୍ୟମରେ ଦେଲେ ଉତ୍ତର

ହାଇଦ୍ରାବାଦ: ଏଆଇ ଇଣ୍ଟେଲିଜେନ୍ସ ମନୁଷ୍ୟ ସମାଜ ପାଇଁ ଯେତିକି ଲାଭଦାୟକ । ଏହାର ନକରାତ୍ମକ ଦିଗ ମଧ୍ୟ ସେତିକି ସାଙ୍ଘାତିକ । ଏଭଳି ଏକ ମାମଲା ତେଲେଙ୍ଗାନାରେ ଦେଖିବାକୁ ମିଳିଛି । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଟେକନୋଲୋଜି ଚାଟ ଜିପିଟିର ବ୍ୟବହାର କରି ପରୀକ୍ଷାରେ କପି କଲେ ପରୀକ୍ଷାର୍ଥି । ତେଲେଙ୍ଗାନା ଷ୍ଟେଟ ପବ୍ଲିକ ସର୍ଭିସ କମିଶନରେ ଚାଟ ଜିପିଟି ବ୍ୟବହାର କରି କପି କରାଯାଇଥିବା ଜଣାପଡିଛି । ଏସଆଇଟି ମାମଲାର ତଦନ୍ତ କରିବା ପରେ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପଦାକୁ ଆସିଛି । ତଦନ୍ତରୁ ସ୍ପଷ୍ଟ ହୋଇଛି ଯେ ଜଣେ ବ୍ୟକ୍ତି ଚାଟ୍ ଜିପିଟି ଦ୍ବାରା କପି କରି ସଫଳ ହୋଇଛନ୍ତି  । ଆସିଷ୍ଟାଷ୍ଟ ଏକ୍ସିକ୍ୟୁଟିଭ ଇଞ୍ଜିନିୟରିଂ ଏବଂ ଡିଭିଜନାଲ ଆକାଉଣ୍ଟସ ଅଫିସର ପଦବୀ ପାଇଁ ପରୀକ୍ଷା ଚାଲିଥିଲା । ଅଭିଯୁକ୍ତ ପୁଲା ରମେଶ ପାଖାପାଖି ୩ଟି ବିଷୟରେ ପ୍ରଶ୍ନ ପତ୍ର ଲିକ କରିବା ପରେ ପରୀକ୍ଷା ହଲରେ ବାହାରେ ବସିଥିବା ଜଣେ ବ୍ୟକ୍ତି ଚାଟ୍ ଜିପିଟି ମାଧ୍ୟମରେ ଉତ୍ତର ଖୋଜିଥିଲେ । ଏଥିସହ ୧୦ ମିନିଟ ଭିତରେ ପରୀକ୍ଷା ହଲରେ ବସିଥିବା ପୁଲା ରମେଶଙ୍କୁ ଇଅରବଡ ମାଧ୍ୟମରେ ଉତ୍ତର କହୁଥିଲେ ।

ପୁଲା ରମେଶ ଏତେ ଛୋଟ ଇୟରବଡ଼ ପିନ୍ଧିଥିଲେ ଯେ ପରୀକ୍ଷା ହଲରେ କେହି କିଛି ଜାଣିପାରୁନଥିଲେ । କପି କରିବାରେ ସହାୟତା ପାଇଁ ପରୀକ୍ଷା ହଲ ବାହାରେ ବସିଥିବା ସହଯୋଗୀଙ୍କୁ ୪୦ ଲକ୍ଷ ଟଙ୍କା ଦେଇଥିଲେ ପୁଲା ରମେଶ । ସେ ପରୀକ୍ଷାରେ ପାସ୍ କରିବା ପରେ ଏବେ ଡିଭିଜନାଲ ଇଞ୍ଜିନିୟର ଭାବେ କାର୍ଯ୍ୟରତ ଅଛନ୍ତି । ଏସଆଇଟି ଏବେ ତାଙ୍କୁ ପଚରାଉଚରା କରୁଛି ।