spot_img

Latest Posts

ଦିନକ ପରେ  ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା

ନନ୍ଦିଘୋଷ ବ୍ୟୁରୋ: ଦିନକ ପରେ କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା। ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ। ହଜାର ହଜାର ସଂଖ୍ୟାରେ ମାନସିକଧାରୀ ବଳି ଦେଇ ଆସୁଥିବା ବେଳେ ଏହାକୁ ନେଇ ପ୍ରସ୍ତୁତି ଚାଲିଛି।

ଦିନକ ପରେ  ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । ଚଳଚଞ୍ଚଳ କଳାହାଣ୍ଡି ଜିଲ୍ଲା । ମୂଳାଷ୍ଟମୀ ଦିନ ଭବାନୀପାଟଣା ରାଜପ୍ରସାଦରେ ଥିବା  ମାଣିକେଶ୍ବରୀ ପୀଠରେ ମୁଣ୍ଡବସା ଠାରୁ ଆରମ୍ଭ କରି ମହାଷ୍ଟମୀ ପର୍ଯ୍ୟନ୍ତ ସ୍ବତନ୍ତ୍ର ପୂଜାର୍ଚ୍ଚନା କରାଯାଇଥାଏ । ମାନସିକଧାରୀମାନେ ଦେବୀଙ୍କ ପାଖରେ ଅର୍ପଣ କରିଥାନ୍ତି ବିଳି। ରକ୍ତରଞ୍ଜିତ ହୋଇଯାଏ ଯାତ୍ରାସ୍ଥଳୀ । ଏହାସହ ଶାନ୍ତିର ପ୍ରତୀକ ଭାବେ ଶହ ଶହ ପାରାକୁ ଦେବୀଙ୍କ ଛତର ଉପରେ ଉଡ଼ାଇବାର ପରମ୍ପରା ରହିଛି । ଭିଡକୁ ଦୃଷ୍ଟିରେ ରଖି ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି।  ସୁରକ୍ଷା ବ୍ୟବସ୍ଥା ପାଇଁ ୧୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବା ସହ ସିସିଟିଭି ବ୍ୟବସ୍ଥା କରାଯାଇଛି।

ପ୍ରତିବର୍ଷ ଆଶ୍ୱିନ ମୂଳାଷ୍ଟମୀ ତିଥିରେ ମାଣିକେଶ୍ଵରୀଙ୍କ ମସ୍ତକ ସ୍ଥାପନ ପୂର୍ବକ ନବକଳେବର କରା ଯାଇଥାଏ। ମହାଷ୍ଟମୀର ମଧ୍ୟରାତ୍ରୀରେ ସ୍ଵତନ୍ତ୍ର ଗୁପ୍ତ ପୂଜା ପରେ ମା’ଙ୍କ ବିଜୟ ପ୍ରତିମା ଛତରକୁ ନେଇ ଯାତ୍ରା ଆରମ୍ଭ ହୁଏ। ପଶ୍ଚିମ ଉପକଣ୍ଠରେ  ଥିବା ଫାଶି ଡଙ୍ଗର ନିକଟରେ ଥିବା ଜେନାଖାଲକୁ ନିଆଯାଏ। ଜେନାଖାଲରେ ସ୍ଵତନ୍ତ୍ର ଗୁପ୍ତ ରୀତିନୀତିରେ ପୂଜାର୍ଚ୍ଚନା ପରେ ମନ୍ଦିର ଅଭିମୂଖେ ଯାତ୍ରା ଆରମ୍ଭ ହୁଏ । ଦେବୀଙ୍କ ଛତର ମନ୍ଦିରରେ ପହଞ୍ଚିବା ପରେ ବୁଢ଼ାରଜାଙ୍କ ନିକଟରେ ନବାନ୍ନ ଭୋଗ ଅର୍ପଣ କରି ଲୋକେ ନବାନ୍ନ ଭକ୍ଷଣ କରିଥାନ୍ତି । ଛତରଯାତ୍ରାରେ ରକ୍ତରଞ୍ଜିତ ହେବ ଜେନାଖାଲ । ସେପଟେ ବଳିପ୍ରଥା ରୋକିବାକୁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଗ୍ରହଣ କରାଯାଇଛି।

 

Latest Posts

Don't Miss