୭୪ ବର୍ଷରେ ଶେଷ ନିଶ୍ୱାସ ତ୍ୟାଗ କଲେ ଚାର୍ଲି ଚାପଲିନଙ୍କ ଝିଅ ଜୋସେଫିନ୍

1 min read

ନୂଆଦିଲ୍ଲୀ:  ଆଉ ନାହାଁନ୍ତି ଦୁନିଆର ଶ୍ରେଷ୍ଠ ହାସ୍ୟ ଅଭିନେତା ଚାର୍ଲି ଚାପର୍ଲିନଙ୍କ ଝିଅ ଜୋସେଫିନ । ଚିରଦିନ ପାଇଁ ସେ ଏ ଦୁନିଆରୁ ବିଦାୟ ନେଇଛନ୍ତି । ୭୪ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଜୋସେଫିନ । ସେ ପ୍ୟାରିସରେ ମୃତ୍ୟୁ ବରଣ କରଛନ୍ତି । ଜୋସେଫିନ୍ ୧୯୪୯ ମାର୍ଚ୍ଚ ୨୮ରେ କାଲିଫର୍ନଆ ସାଣ୍ଟା ମୋନିକାରେ ଜନ୍ମଗ୍ରହଣ କରିଥିଲେ । ସୂଚନା ଅନୁସାରେ ଜୋସେଫିନ୍ ଚାପର୍ଲିନ ତିନୋଟି ବିବାହ କରିଥିଲେ । ସେ ପ୍ରଥମେ ଫରାସୀ ଅଭିନେତା ମରିସ ରୋନେଟଙ୍କୁ ବିବାହ କରିଥିଲେ । ଏହା ପରେ ନିକୋଲାସ୍ ସିଷ୍ଟୋବାରିସ ବିବାହ କରିଥିଲେ ପରେ ଫରାସୀ ପ୍ରତ୍ନତତ୍ତ୍ୱବିତ୍ ଜାନ୍ –କ୍ଲୋଡ ଗାର୍ଡିନଙ୍କୁ ବିବାହ କରିଥିଲେ ।

ଜୋସେଫିନଙ୍କ ତିନି ପୁଅ ଅଛନ୍ତି । ଜୁଲିଏନ ରୋନେଟେ,ଚାର୍ଲି ଏବଂ ଆର୍ଥର । ସେ ପେଶାରେ ଥିଲେ ଜଣେ ଅଭିନେତ୍ରୀ । ସେ ପ୍ରଥମେ ତାଙ୍କ ବାପା ଚାର୍ଲି ଚାପଲିନଙ୍କ ଫିଲ୍ମରେ ଅଭିନୟ କରି ଲାଇମଲାଇଟକୁ ଆସିଥିଲେ । ଯାହା ୧୯୫୨ ମସିହାରେ ମୁକ୍ତି ଲାଭ କରିଥିଲା । ପରେ ସେ ବିଭିନ୍ନ ଚଳଚ୍ଚିତ୍ରରେ ନଜର ଆସିଥିଲେ । ୧୯୭୨ ମସିହାରେ ରିଲିଜ ହୋଇଥିବା ଫିଲ୍ମ କ୍ୟାଣ୍ଟରବେରୀ ଟେଲ୍ସ ଜରିଆରେ ଦର୍ଶକଙ୍କ ମନ ଜିଣି ପାରିଥିଲେ ଜୋସେଫିନ ।

ପୁରସ୍କାରପ୍ରାପ୍ତ ଚଳଚ୍ଚିତ୍ରରେ ତାଙ୍କ ଅଭିନୟ ଖୁବ୍ ପ୍ରଶଂସା ସାଉଁଟିଥିଲା । ୧୯୭୨ରେ ଆଉ ଏକ ଚଳଚ୍ଚିତ୍ର ଲରେନ୍ସ ହାର୍ଭେଙ୍କ ବିପକ୍ଷରେ ଏସ୍କେପ୍ ଟୁ ଦି ସନରେ ଦେଖା ଦେଇଥିଲା । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ମେନେହେନ ଗୋଲାନ । ଏହା ବ୍ୟତୀତ ସେ ଗେଲ ହନିକଟ୍ ଏବଂ ଚମ୍ପ୍ରେକ୍ସଙ୍କ ସହ କ୍ରାଇମ-ଥ୍ରୀଲର ଶ୍ୟାଡମ୍ୟାନ୍ ରେ ଅଭିନୟ କରିଥିଲେ । ଏପରି ଜଣେ ଖ୍ୟାତ ଅଭିନେତ୍ରୀଙ୍କୁ ହରାଇ ସିନେମା ଜଗତରେ ଶୋକର ଛାୟା ଖେଳିଯାଇଛି ।