ରଥଖଳାରେ ଜୋରସୋରରେ ଆଗେଇ ଚାଲିଛି ରଥକାମ

ପୁରୀ: ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଚଳଚଞ୍ଚଳ ରଥଖଳା । ରଥ ଖଳାରେ ତିନି ରଥ ନିର୍ମାଣ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି । ତିନି ରଥ ପାଇଁ ଚକ ପ୍ରସ୍ତୁତିରେ ଆବଶ୍ୟକତା ଥିବା ତୁମ୍ଭ ପାଇଁ ମହାରଣା ସେବାୟତ ମାନେ କାର୍ଯ୍ୟ ଜାରି ରଖିଥିବା ବେଳେ, ତିନି ରଥର ୪୨ଟି ତୁମ୍ଭ ମଧ୍ୟରୁ ୩୦ଟି ତୁମ୍ଭର ସାଲ କାର୍ଯ୍ୟ ସରିଲାଣି । ରଥ ନିର୍ମାଣର ୭ ଦିନରେ ତୁମ୍ଭରେ ସୁତା ବାଡିଆ ଯାଇ ବିନ୍ଧ କରାଯିବ । ପରେ ଅର ଏବଂ ପହି ଖଞ୍ଜା ଯାଇ ଚକ ପ୍ରସ୍ତୁତ କରାଯିବ । ଏଥିପାଇଁ ମହାରଣା, ଭୋଇ ଓ କରତୀ ସେବକ ଜୋରସୋରରେ କାର୍ଯ୍ୟକୁ ଆଗେଇ ନେଉଛନ୍ତି ।