ଆଜିଠୁ ଆରମ୍ଭ ହେଲା ରଥ ନିର୍ମାଣ କାର୍ଯ୍ୟ

ପୁରୀ: ଆଜିଠୁ ଆରମ୍ଭ ହେଲା ରଥ ନିର୍ମାଣ କାର୍ଯ୍ୟ। ଗତକାଲି ଅକ୍ଷୟ ତୃତୀୟା ଅବସରରେ ରଥ ନିର୍ମାଣ ଅନୁକୂଳ ସମ୍ପାଦନ ହୋଇଥିବା ବେଳେ ଆଜିଠାରୁ ଆରମ୍ଭ ହୋଇଛି ରଥ ନିର୍ମାଣ କାର୍ଯ୍ୟ । ସକାଳୁ ରଥ ନିର୍ମାଣ ପାଇଁ ନିୟୋଜିତ ବିଶ୍ବକର୍ମା ମହାରଣା ଓ କରତୀ ସେବାୟତ ପହଞ୍ଚି ରଥକାଠ ଚିରଟ କାର୍ଯ୍ୟ ଆରମ୍ଭ କରିଛନ୍ତି ।

ଏହି କାଠ ଚିରଟ ପାଇଁ ଆବଶ୍ୟକୀୟ କାଠ ଭୋଇ ସେବାୟତ ମାନେ ଯୋଗାଇ ଦେଇଛନ୍ତି । ତିନି ରଥ ନିର୍ମାଣ ପାଇଁ ଗତକାଲି ଅକ୍ଷୟ ତୃତୀୟା ଅବସରରେ ମୁଖ୍ୟ ମହାରଣା, ଭୋଇ, କରତୀ, କମାର, ରୂପକାର ସେବାୟତଙ୍କୁ ଶାଢ଼ୀ ବନ୍ଧାଯିବା ପରେ ଆଜି ଆରମ୍ଭ ହୋଇଛି କାର୍ଯ୍ୟ  । ସେବାୟତଙ୍କ ଆନୁଷଙ୍ଗିକ ଆବଶ୍ୟକତାକୁ ଲକ୍ଷ୍ୟରେ ରଖି ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ଧ୍ୟାନ ଦିଆଯାଇଛି।