ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଜୋରସୋରରେ ଚାଲିଛି ରଥ ନିର୍ମାଣ କାମ, ସିଙ୍ଗଡା ବାଡିଆ କାମରେ ବ୍ୟସ୍ତ ଭୋଇ ସେବାୟତ

ପୁରୀ: ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଶୃଙ୍ଖଳିତ ଭାବେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ । ଆଜି ସୁଦ୍ଧା ତିନି ରଥର ମୋଟ ୧୮ଟି ଚକ ସମ୍ପର୍ଣ୍ଣ ହୋଇଥିବା ବେଳେ ଅନ୍ୟ ଚକ ଗୁଡ଼ିକ ନିର୍ମାଣ ପାଇଁ ମୁଖ୍ୟତଃ ପହି, ଅରରେ ବିନ୍ଧ କାର୍ଯ୍ୟ ଜାରି ରହିଛି । ଏହାପରେ ଭୋଇ ସେବାୟତଙ୍କ ଦ୍ବାରା ସିଙ୍ଗଡ଼ା ବାଡ଼ିଆ ଯାଇ ବିଲେଇ ବାଡ଼ିଆ ପଦ୍ଧତିରେ ଚକ ନିର୍ମାଣ ସମ୍ପର୍ଣ୍ଣ ହେବ । ନୃସିଂହ ଚତୁର୍ଦଶୀଠାରୁ ଗୁଜ ଅନୁକୂଳ ହୋଇଥିବା ବେଳେ କୋଣ ଗୁଜରେ ହସ୍ତୀ ବିରାଳ, ନର ବିରାଳ, ନୃସିଂହ ବିରାଳ ଆଦି ରୂପ ଖୋଦେଇ କାର୍ଯ୍ୟ ଜାରି ରଖିଛନ୍ତି ରୂପକାର ସେବାୟତ । ଆଗକୁ ନାଟଗୋଡ଼, ପ୍ରଭା କାର୍ଯ୍ୟ କରାଯିବାକୁ ଥିବାବେଳେ ସମସ୍ତ ନିର୍ମାଣ ପ୍ରକ୍ରିୟା ସୁରୁଖୁରୁରେ ଚାଲିଥିବା କହିଛନ୍ତି ବିଶ୍ବକର୍ମା ସେବାୟତ ।