spot_img

Latest Posts

ପାଖେଇ ଆସିଲାଣି ଘୋଷଯାତ୍ରା, ଜୋରସୋରରେ ଚାଲିଛି ରଥ ନିର୍ମାଣ

ପୁରୀ: ପାଖେଇ ଆସିଲାଣି ବିଶ୍ବନିୟନ୍ତାଙ୍କ ଘୋଷଯାତ୍ରା। ଜୋରସୋରରେ ଚାଲିଛି ରଥ ନିର୍ମାଣ। ୪୨ ଗୋଟି ଚକ ନିର୍ମାଣ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଆବଶ୍ୟକୀୟ ଅଖ କାର୍ଯ୍ୟ ମଧ୍ୟ ଶେଷ ହୋଇଛି। ତିନି ରଥର ଚଉତା କାଠ ସାଇଜ କରାଯାଉଥିବା ବେଳେ ଆଗାମୀ ଶୀତଳ ଷଷ୍ଠୀ ସୁଦ୍ଧା ଚକ ଅଖ ନିର୍ମାଣ ଶେଷ ହୋଇ ସମସ୍ତ ଚକରେ ଅଖ ଡେରାଯିବା ପାଇଁ ମହାରଣା ସେବାୟତ ଲକ୍ଷ୍ୟ ରଖିଛନ୍ତି।

ସେହିପରି ରୂପକାରମାନେ କଣଗୁଜରେ ହସ୍ତୀ, ନର ଓ ସିଂହ ବିରାଳ ଖୋଦେଇ ଜାରି ରଖିଛନ୍ତି। ଦଣ୍ଡା, କୁଡୁକା ଓ ଗୟଳ ମୋଡ଼ର ନିର୍ମାଣ କାର୍ଯ୍ୟ ମଧ୍ୟ ଜାରି ରହିଥିବା କହିଛନ୍ତି ମହାରଣା। ସେପଟେ ଶୃଙ୍ଖଳିତ ନୀତିକାନ୍ତିଙ୍କୁ ଫୋକସ କରିଛି ଶ୍ରୀମନ୍ଦିର ପ୍ରଶାସନ। ସମନ୍ବୟ ରକ୍ଷା କରି ନୀତିକାନ୍ତି ପାଇଁ ଗୁରୁତ୍ବ ଦିଆଯାଇଛି। ସ୍ନାନ ପୁର୍ଣ୍ଣିମାକୁ ନଜରରେ ରଖି ଆସନ୍ତା ୩୦ତାରିଖ ସୁଦ୍ଧା ପରିକ୍ରମା ପ୍ରକଳ୍ପର ବାହାର ପରିକ୍ରମା ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି।

Latest Posts

Don't Miss