ପୂର୍ବତନ ଆଇଏଫଏସ ଅଭୟ ପାଠକଙ୍କ ବିରୋଧରେ ୫ ହଜାର ପୃଷ୍ଠାର ଚାର୍ଜସିଟ୍ ଦାଖଲ

1 min read

ଭୁବନେଶ୍ବର: ବେଆଇନ ସମ୍ପତ୍ତି ଠୁଳ ମାମଲା । ପୂର୍ବତନ ଆଇଏଫଏସ ଅଭୟ ପାଠକଙ୍କ ବିରୋଧରେ ଦାଖଲ ହୋଇଛି ଚାର୍ଜସିଟ୍ । ସ୍ପେଶାଲ ଭିଜିଲାନ୍ସ କୋର୍ଟରେ ଚାର୍ଜସିଟ୍ ଦାଖଲ ହୋଇଛି । ୫ ହଜାର ପୃଷ୍ଠାର ଚାର୍ଜସିଟ ଦାଖଲ ନେଇ ଭିଜିଲାନ୍ସ ଏସପି ସୂଚନା ଦେଇଛନ୍ତି । ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଅଭୟ ପାଠକ ଓ ପୁଅ ଆକାଶ ପାଠକଙ୍କ ନାଁରେ ମାମଲା ରୁଜୁ ହୋଇଥିଲା । ୧୪ କୋଟି ୨୫ ଲକ୍ଷ ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ହୋଇଥିବା ଭିଜିଲାନ୍ସ ଜାଣିବାକୁ ପାଇଥିଲା । ୧୬ଟି ସ୍ଥାନରେ ସର୍ଚ୍ଚ ପରେ ହିସାବ ବହିର୍ଭୂତ ସମ୍ପତ୍ତି ମିଳିଛି । ବିଭିନ୍ନ ବ୍ୟାଙ୍କ ଖାତାରେ ୧୦କୋଟି ଟଙ୍କା ଜମା ହୋଇଛି । ବାପ-ପୁଅଙ୍କର ୫ କୋଟି ଟଙ୍କାର ବ୍ୟାଙ୍କ ଟ୍ରାଞ୍ଜାକସନ ହୋଇଥିବା ଭିଜିଲାନ୍ସ ସୂଚନା ଦେଇଛି । ବିଭିନ୍ନ ଆକାଉଣ୍ଟରେ ଉଭୟଙ୍କର 10 କୋଟି ନଗଦ ଟଙ୍କା ଥିବା ତଦନ୍ତ ସମୟରେ ଜଣାପଡିଥିଲା । 2020 ମସିହା ନଭେମ୍ବର ରେ କେନ୍ଦ୍ର ସରକାରଙ୍କ ଅନୁମତି ମିଳିବା ପରେ ଆୟ ବହିର୍ବଭୂତ ସମ୍ପତ୍ତ ଠୁଳ ଅଭିଯୋଗରେ ଅଭୟ କାନ୍ତପାଠକଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା ଭିଜିଲାନ୍ସ । ରେଡ୍ ସମୟରେ ଟଙ୍କା, ସୁନା ଗହଣା ଜବତ କରିବା ସହ ଅଭୟଙ୍କୁ ଗିରଫ କରିଥିଲା ଭିଜିଲାନ୍ସ । ସେପଟେ ଟାଟା କମ୍ପାନୀ ନାଁରେ ଠକେଇ ଅଭିଯୋଗରେ ଗତକାଲି ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ଆକାଶ ପାଠକ ଓ ପ୍ରଦୀପଙ୍କ ସହଯୋଗୀ ସର୍ବେଶ୍ବର ରାଓଙ୍କ ବିରୋଧରେ ସ୍ବତନ୍ତ୍ର ଅଦାଲତ ଚାର୍ଜ ଫ୍ରେମ କରିଥିଲେ ।