ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ବଢ଼ିଲା ଅଭିଯୋଗର ଫର୍ଦ୍ଦ

1 min read

ଭୁବନେଶ୍ୱର: ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ବଢୁଛି ଅଭିଯୋଗର ଫର୍ଦ୍ଦ । ପ୍ରଦୀପଙ୍କ ନାଁରେ ଆଉ ୨ ମାମଲା ରୁଜୁ ହୋଇଛି । ଠକାମୀର ଶିକାର ହୋଇଥିବା ଆଉ ୨ ଜଣ ଏତଲା ଦେଇଛନ୍ତି । ପ୍ରଶାନ୍ତ କର ଓ ଲକ୍ଷ୍ମୀନାରାୟଣ ନାୟକ ଗୋଳନ୍ଥରା ଥାନାରେ ଦୁଇ ପୃଥକ ପୃଥକ ମାମଲା ରୁଜୁ କରିଛନ୍ତି । ଲକ୍ଷ୍ମୀନାରାୟଣ ନାୟକଙ୍କ ଠାରୁ ୬ଲକ୍ଷ ଓ ପ୍ରଶାନ୍ତ କରଙ୍କ ଠାରୁ ୩ଲକ୍ଷ ନେଇଥିବା ଅଭିଯୋଗରେ ଦର୍ଶାଯାଇଛି ।

ଏନେଇ ୩୭୪/୨୦ ଏବଂ ୩୮୪/୨୦ରେ ୨ଟି ମାମଲା ରୁଜୁ ହୋଇଥିବା ବେଳେ, IPC ଧାରା ୪୧୯, ୪୨୦, ୪୬୭, ୪୬୮, ୪୬୯, ୪୭୧, ୧୨୦(ବି)ରେ ଦଫା ଲାଗିଛି । ଟାଟାରେ ନିଯୁକ୍ତି କରାଇ ଦେବା ନାଁରେ ପ୍ରଦୀପ ପାଣିଗ୍ରାହୀ ଏହି ଅର୍ଥ ନେଇଥିବା ଅଭିଯୋଗ ହୋଇଛି ।

ଅନ୍ୟପଟେ ମଙ୍ଗଳବାର ଆକାଶ ପାଠକ ଜାମିନ ଆବେଦନ ଶୁଣାଣି ହୋଇଛି । କେସ ଡାଏରୀ ଦାଖଲ ପାଇଁ ହାଇକୋର୍ଟ ଭିଜିଲାନ୍ସକୁ ନିର୍ଦ୍ଦେଶ ଦେଇଛନ୍ତି । ପରବର୍ତ୍ତୀ ଶୁଣାଣି ଆସନ୍ତା ସପ୍ତାହରେ ହେବ ବୋଲି କହିଛନ୍ତି । ଆକାଶ ପାଠକଙ୍କୁ ଭିଜିଲାନ୍ସ ପୁନେରୁ ଗିରଫ କରିଥିଲା । ଭିଜିଲାନ୍ସ ପକ୍ଷରୁ ୨୦ ଜଣିଆ ଏସଆଇଟି ଗଠନ କରାଯାଇ ଉଭୟ ବାପପୁଅଙ୍କୁ ରିମାଣ୍ଡରେ ଆଣି ଅନେକ ତଥ୍ୟ ଓଗାଳିଥିଲା ଭିଜିଲାନ୍‌ସ ଏସଆଇଟି ।

Leave a Reply