‘ମିଛ ଅଭିଯୋଗ ମୋ କ୍ୟାରିୟରକୁ ନଷ୍ଟ କରିଦେଇଛି’: ମିଥ୍ୟା ବଳାତ୍କାର ଅଭିଯୋଗର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ଚେନ୍ନାଇ କୋର୍ଟ ଦ୍ୱାରା ୧୫ ଲକ୍ଷ ଟଙ୍କା କ୍ଷତିପୂରଣ

ଚେନ୍ନାଇ: ଦୁଷ୍କର୍ମର ଅଭିଯୋଗ ପରେ ଅଭିଯୁକ୍ତ ଦୁଷ୍କର୍ମକାରୀଙ୍କୁ ମିଳିଲା ୧୫ ଲକ୍ଷ ଟଙ୍କା ।କୋର୍ଟଙ୍କ ରାୟ ପରେ ଅଭିଯୋଗକାରୀ ନିଜ ହାତରୁ ଗଣିଲେ ୧୫ ଲକ୍ଷ । ଏଭଳି ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ଚେନ୍ନାଇର ତାମିଲନାଡ଼ୁରେ ଦେଖିବାକୁ ମିଳିଛି । ଅପରାଧ ପାଇଁ ସାତ ବର୍ଷରୁ ଅଧିକ ସମୟ ଧରି ବିଚାର ଚାଲିଥିବା ଜଣେ ବ୍ୟକ୍ତିଙ୍କୁ ମିଳିଛି ଏତେ ଟଙ୍କା । ଟଙ୍କା ପାଇଥିବା ବ୍ୟକ୍ତିଙ୍କର ନାମ ହେଉଛି ସନ୍ତୋଷ । ତେବେ ସନ୍ତୋଷ ଜଣେ ମହିଳାଙ୍କ ବିରୋଧରେ କ୍ଷତିପୂରଣ ମକଦ୍ଦମା କରିବା ପରେ ସେ ଜିତିଛନ୍ତି । ଯିଏ ତାଙ୍କୁ ବଳାତ୍କାର ଓ ଗର୍ଭଧାରଣ କରାଇଥିବା ଭଳି ସାଙ୍ଘାତିକ ମିଥ୍ୟା ଅଭିଯୋଗ କରିଥିଲେ । ତେବେ, ଡିଏନ୍ଏ ପରୀକ୍ଷା ସବୁ ସତକୁ ସାମ୍ନାକୁ ଆଣିଛି । ସନ୍ତୋଷ ସେ ମହିଳାଙ୍କ ଗର୍ଭରେ ଥିବା ଛୁଆର ବାପା ନୁହଁନ୍ତି ବୋଲି ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ସନ୍ତୋଷଙ୍କ ବାପା ଉକ୍ତ ମହିଳାଙ୍କ ସହ ତାଙ୍କ ବିବାହ ସ୍ଥିର କରିଥିଲେ । କିନ୍ତୁ ସମ୍ପତ୍ତି ବିବାଦକୁ ନେଇ ତାଙ୍କ ପରିବାର ସହ ସମ୍ପର୍କ ଖରାପ ହେବା କାରଣରୁ ସେମାନେ ଅଲଗା ହୋଇଥିଲେ । ପରେ ଯେତେବେଳେ ସେ ଏକ ଘରୋଇ କଲେଜରେ ଇଞ୍ଜିନିୟରିଂ ପଢ଼ୁଥିଲେ ସେତେବେଳେ ମହିଳାଙ୍କ ମା ସନ୍ତୋଷଙ୍କ ବାପାଙ୍କୁ କହିଥିଲେ ଯେ ତୁମ ପୁଅ ମୋ ଝିଅକୁ ଗର୍ଭବତୀ କରାଇଛି । ତେଣୁ ସେ ଦୁଇଜଣଙ୍କୁ ତୁରନ୍ତ ବିବାହ କରିବାକୁ ଦାବି କରିଥିଲେ ।

କିନ୍ତୁ ଏହାକୁ ସମ୍ପୂର୍ଣ୍ଣ ମିଥ୍ୟା ବୋଲି କହିବା ସହ ବାହା ହେବାକୁ ମନା କରିଦେଇଥିଲେ ସନ୍ତୋଷ । ଏହାପରେ ମହିଳାଙ୍କର ମାଆ ନିକଟସ୍ଥ ଥାନାରେ ବଳାତ୍କାର ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ପୋଲିସ ସାନ୍ତୋଶଙ୍କ ବିରୋଧରେ ମାମଲା ରୁଜୁ କରି ତାଙ୍କୁ ଗିରଫ କରିଥିଲା । ତାଙ୍କୁ କୋର୍ଟରେ ହାଜର କରାଇବା ପରେ ୯୫ ଦିନ ପାଇଁ ନ୍ୟାୟିକ ହେପାଜତରେ ରିମାଣ୍ଡରେ ନେବାକୁ ନିର୍ଦ୍ଦେଶ ଦେଇଥିଲା କୋର୍ଟ । ପରେ ୨୦୧୦ ଫେବୃଆରୀ ୧୨ରେ ସନ୍ତୋଷଙ୍କୁ ଜାମିନରେ ମୁକ୍ତ କରାଯାଇଥିଲା ।

ଏହି ସମୟରେ ମହିଳା ଜଣକ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ । ତେବେ ଶିଶୁର ଡିଏନ୍ଏ  ପରୀକ୍ଷା ପ୍ରମାଣିତ କଲା ଯେ ସନ୍ତୋଷ ତାଙ୍କ ପିତା ନୁହଁନ୍ତି । ତା ପରେ ସାତ ବର୍ଷରୁ ଅଧିକ ସମୟ ଧରି ଚାଲିଥିବା ଏକ ପରୀକ୍ଷା ପରେ, ମହିଲା କୋର୍ଟ ୨୦୧୬ ଫେବୃଆରୀ ୧୦ରେ ସନ୍ତୋଷଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ ।

Leave a Reply