ଚରଣଜିତ୍ ସିଂହ ଚନ୍ନି ପଞ୍ଜାବ କଂଗ୍ରେସର ମୁଖ୍ଯମନ୍ତ୍ରୀ ଚେହେରା

Charanjit Singh Channi to be Congress CM face for Punjab Assembly polls

ନୂଆଦିଲ୍ଲୀ: ଚନ୍ନିଙ୍କୁ ଚେହେରା କରି ପଞ୍ଜାବ ନିର୍ବାଚନ ଲଢ଼ିବ କଂଗ୍ରେସ । ଆଜି ରାହୁଲ ଗାନ୍ଧୀ ଚରଣଜିତ୍ ସିଂହ ଚନ୍ନିଙ୍କୁ ପଞ୍ଜାବ କଂଗ୍ରେସର ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରିଛନ୍ତି । ଭର୍ଚୁଆଲ୍ ପ୍ରଚାର ବେଳେ ଏ ଘୋଷଣା କରିଛନ୍ତି ରାହୁଲ ଗାନ୍ଧୀ । ଏହା ମୋର ନିଷ୍ପତ୍ତି ନୁହେଁ ବରଂ ପଞ୍ଜାବବାସୀଙ୍କର ବୋଲି କହିଛନ୍ତି ରାହୁଲ । ରାହୁଲଙ୍କ ଏ ଘୋଷଣା ବେଳେ ଲୁଧିଆନା ଭର୍ଚୁଆଲ ରାଲିରେ ରାହୁଲ ଗାନ୍ଧୀଙ୍କ ନବଜୋତ ସିଂହ ସିଦ୍ଧୁ, ଚରଣଜିତ୍ ସିଂହ ଚନ୍ନି ଓ ସୁନୀଲ ଜାଖଡ଼ ଉପସ୍ଥିତ ଥିଲେ ।

Charanjit Singh Channi to be Congress CM face for Punjab Assembly polls

ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା ପରେ ଚନ୍ନି କହିଛନ୍ତି, ପଞ୍ଜାବ ଲୋକଙ୍କ ପାଇଁ ନା ଶୋଇବି, ନା ଶୋଇବାକୁ ଦେବି । କେବଳ ମୁଁ ମାଧ୍ୟମ ହେବି । ପଞ୍ଜାବ ପାଇଁ ନବଜୋତ ସିଂହ ସିଦ୍ଧୁ ଯାହା କରିବାକୁ ଚାହିଁବେ କରିପାରିବେ । ସୁନୀଲ ଜାଖଡ଼ ଯାହା ଚାହିଁବେ କରିପାରିବେ । ଆମେ ସମସ୍ତେ ମିଶିକରି ପଞ୍ଜାବକୁ ଆଗକୁ ନେଇଯିବୁ ।

ମଞ୍ଚରେ ନବଜୋତ ସିଂହ ସିଦ୍ଧୁଙ୍କୁ କୁଣ୍ଢେଇ ପକାଇଥିଲେ ଚନ୍ନି । ସିଦ୍ଧୁ କହିଥିଲେ, ରାହୁଲ ଗାନ୍ଧୀ ଜଣେ ଦଳିତ, ଗରିବଙ୍କୁ ମୁଖ୍ୟମନ୍ତ୍ରୀ କରନ୍ତି । ବିଜେପି ମୋତେ ନେଇ ପ୍ରଚାର କରେ । କିନ୍ତୁ ରାହୁଲ ଗାନ୍ଧୀ ୪ ବର୍ଷ ମଧ୍ୟରେ ମୋତେ କଂଗ୍ରେସର ରାଜ୍ୟ ଅଧ୍ୟକ୍ଷ ପଦ ଦେଇଛନ୍ତି । ମୋତେ କିଛି ଲୋଡ଼ା ନାହିଁ । କଂଗ୍ରେସ ଓ ପଞ୍ଜାବର ବିକାଶ ଲୋଡ଼ା ।

Leave a Reply