ପଞ୍ଜାବରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଚନ୍ନି

1 min read

ଚଣ୍ଡିଗଡ଼: ପଞ୍ଜାବ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଚରଣଜୀତ ସିଂ ଚନ୍ନି । ପଞ୍ଜାବ ନିର୍ବାଚନ ଫଳାଫଳ ସାମ୍ନାକୁ ଆସିବା ପରେ ଶୁକ୍ରବାର ଚନ୍ନି କ୍ୟାବିନେଟ ବୈଠକ ଡାକିଥିଲେ । ଏହି ବୈଠକ ପରେ ସେ ରାଜ୍ୟପାଳଙ୍କୁ ଇସ୍ତଫା ପତ୍ର ଦେଇଛନ୍ତି । ଇସ୍ତଫା ଦେବା ସହ ସେ ଏହି ନୂଆ ସରକାରଙ୍କୁ ଅନୁରୋଧ କରିଥିଲେ କି ପୁରୁଣା ଯୋଜନା ସବୁକୁ ଚାଲି ରଖିବାକୁ । ଏହାସହ ଜନତଙ୍କ ଜନାଦେଶକୁ ସ୍ୱୀକାର କରିଛନ୍ତି ବୋଲି କହିଥିଲେ ଚରଣଜୀତ ସିଂ ଚନ୍ନି ।

ରାଜ୍ୟପାଳଙ୍କୁ ଇସ୍ତଫା ପତ୍ର ଦେବା ପରେ ଚରଣଜୀତ ସିଂ ଚନ୍ନି କହିଛନ୍ତି କି ’ମୁଁ ମୋର ଇସ୍ତଫା ପତ୍ର ରାଜ୍ୟପାଳଙ୍କୁ ଦେଇଛି । ରାଜ୍ୟପାଳ ମୋତେ ଓ ମୋର କ୍ୟାବିନେଟକୁ ନୂଆ ସରକାର ଶପତ ଗ୍ରହଣ କରିବା ପର୍ଯ୍ୟନ୍ତ ରହିବାକୁ କହିଛନ୍ତି । ମୁଁ ଜନତାଙ୍କ ଜନାଦେଶକୁ ସ୍ୱୀକାର କରୁଛି ବୋଲି କହିଛନ୍ତି ଚରଣଜୀତ ସିଂ ଚନ୍ନି । ସେ ଆହୁରି କହିଛନ୍ତି କି ଆମେ ସବୁବେଳେ ପଞ୍ଜାବର ଜନତାଙ୍କ ସେବା କରିବା ତତ୍ପର ରହିବୁ । ମୁଁ ନୂଆ ସରକାରଙ୍କୁ ଅନୁରୋଧ କରୁଛି କି ସେ ଗତ ୧୧୧ ଦିନରେ ହୋଇଥିବା ଜନକଲ୍ୟାଣକାରୀ ଯୋଜନା ସବୁକୁ ଚାଲୁ ରଖିବେ ।

ସୂଚନା ଅନୁସାରେ ପଞ୍ଜାବ ବିଧାନସଭାର ୧୧୭ ଆସନ ମଧ୍ୟରୁ ୯୨ଟି ଆସନରେ ବିଜୟ ଲାଭ କରିଛି ଆମ୍ ଆଦମୀ ପାର୍ଟି । ସେହିପରି କଂଗ୍ରେସ ମାତ୍ର ୧୮ଟି ସିଟରେ ବିଜୟ ଲାଭ କରିଛି । ଯଦି ବିଜେପି କଥା କହିବା ତାହାଲେ ପଞ୍ଜାବରେ ଦୁଇ ଅଙ୍କ ଛୁଇଁ ପାରିନାହିଁ । ବିଜେପି ପଞ୍ଜାବରେ ମାତ୍ର ୨ଟି ସିଟ୍ ଜିତିବାରେ ସଫଳ ହୋଇଛି ।