ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଚରଣଜିତ ସିଂହ ଚନ୍ନୀ

ଅମୃତସର: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଚରଣଜିତ ସିଂହ ଚନ୍ନୀ। ସକାଳ ୧୧ଟାରେ ରାଜଭବନରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ଶପଥ ନେଇଛନ୍ତି ଚରଣଜିତ । ଶପଥ ଉତ୍ସବରେ ସାମିଲ ହୋଇଛନ୍ତି ପଞ୍ଜାବ କଂଗ୍ରେସର ସମସ୍ତ ବିଧାୟକ, ସାଂସଦ ଓ ନେତା । ତେବେ ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂ ଶପଥ ଗ୍ରହଣ ସମାରୋହରେ ସାମିଲ  ହୋଇନଥିବା ବିଶେଷ ସୁତ୍ରରୁ ସୂଚନା ମିଳିଛି । ଶପଥ କାର୍ଯ୍ୟକ୍ରମରେ ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ସିଦ୍ଧୁ ଉପସ୍ଥିତ ରହିଥିଲେ  ।

ରାଜନୀତିରେ ଅନେକ ଅନୁଭବ ରହିଛି ଚରଣଜିତଙ୍କର । ପ୍ରକାଶ ସିଂହ ବାଦଲ ମୁଖ୍ୟମନ୍ତ୍ରୀ ଥିବା ବେଳେ ବିରୋଧୀ ଦଳର ନେତା ଥିଲେ ଚରଣଜିତ୍ । ଚମକୌର ସାହିବ ଆସନରୁ ଏବେ ବିଧାୟକ ଅଛନ୍ତି ଚରଣଜିତ । ଅମରିନ୍ଦରଙ୍କ କ୍ୟାବିନେଟରେ ବୈଷୟିକ ଶିକ୍ଷା ବିଭାଗର ମନ୍ତ୍ରୀ ଥିଲେ । ଆଗାମୀ ବିଧାନସଭା ନିର୍ବାଚନକୁ ନଜରରେ ରଖି ଚରଣଜିତଙ୍କୁ ଟପ୍‌ ପୋଷ୍ଟରେ ବସାଇବାକୁ ସହମତି ପ୍ରକାଶ ପାଇଛି ।

Leave a Reply