ଆମ୍ବ ଚାଷରୁ ଲକ୍ଷପତି ଚାପଧାରୀ ହୋତା

1 min read

ନନ୍ଦିଘୋଷ ବ୍ୟୁରୋ: ଆମ୍ବ ଚାଷରୁ ଲକ୍ଷପତି l ସୁବର୍ଣ୍ଣପୁର ବିନିକା ବ୍ଲକ ସିନ୍ଦୂରପୂର ଗାଁର ଚାପଧାରୀ ହୋତା କରୁଛନ୍ତି ଆମ୍ବଚାଷ। ବଗିଚାରେ ୧୦୦ରୁ ଅଧକ ଗଛ। ବିଭିନ୍ନ କିଷମର ଆମ୍ବ ଗଛ ଲଗାଇଛନ୍ତି। ବିନା କୌଣସି କୀଟନାଷକରେ ଚାଷ ହେଉଥିବାରୁ ଏହାର ସ୍ବାଦ ମଧ୍ଯ ଉନ୍ନତମାନର ରହିଛି। ୧୯୯୫ରୁ ଆରମ୍ଭ କଲେଣି ଆମ୍ବଚାଷ।

ଗଛରେ ଫଳିଛି ବିଭିନ୍ନ ପ୍ରକାର ଆମ୍ବ । ଯୁଆଡେ ଆଖି ବୁଲେଇବ ସେଠି ଦେଖିବାକୁ ମିଳିବ ଆମ୍ବ। ବଡ ଆମ୍ବ ବଗିଚାରୁ ହେଉଛି ଭଲ ରୋଜଗାର। ସୁବର୍ଣ୍ଣପୁର ବିନିକା ସିନ୍ଦୂରପୁର ଗାଁର ସଫଳ ଆମ୍ବଚାଷୀ ଚାପଧାରୀ ହୋତା। ବଗିଚାରେ ୧୦୦ରୁ ଅଧିକ ପ୍ରକାର ଅମ୍ବ ଗଛ ଲଗାଇଛନ୍ତି। ବିଶେଷ କରି ଦଶହରି, ଆମ୍ବ୍ରପଳି, ଇଖୁରସ ଓ ତୋତାପୁରୀ ପରି ଆମ୍ବଗଛ ରହିଛି ବଗିଚାରେ l ୧୯୯୫ ମସିହାରୁ ଆମ୍ବ ଗଛ ଲଗାଇବା ଆରମ୍ଭ କଲେ ଚାପଧାରୀ। ବିନା କୌଣସି କୀଟନାଶକ ଔଷଧ ବ୍ୟବହାରରେ ହେଉଛି ଚାଷ।

ଚାପଧାରୀଙ୍କୁ ଚାଷ କାମରେ ତାଙ୍କ ପୁଅ ସହଯୋଗ କରନ୍ତି। ଏଥିସହ ୧୦ରୁ ଅଧିକ ଶ୍ରମିକ ବଗିଚା କାମରେ ଲାଗିଥାନ୍ତି। ଭଲ ଦରମା ପାଇ ଖୁସିରେ ପରିବାର ପ୍ରତିପୋଷଣ କରନ୍ତି ଏହି ଶ୍ରମିକ। ପ୍ରାକୃତିକ ଉପାୟରେ ଆମ୍ବ ଉତ୍ପାଦନ ହେଉଥିବାରୁ ଏହାର ସ୍ବାଦ ମଧ୍ଯ ଉନ୍ନତମାନର ରହିଥାଏ। ବାହାର ରାଜ୍ଯକୁ ମଧ୍ଯ ରପ୍ତାନୀ କରନ୍ତି ଚାପଧାରୀ। ଆମ୍ବ ଚାଷରୁ ଲକ୍ଷାଧିକ ଟଙ୍କାର ରୋଜଗାର ହେଉଛି। ଆଖପାଖ ଅଞ୍ଚଳର ଲୋକେ ମଧ୍ଯ ଚାପଧାରୀଙ୍କ ସ୍ବାଦିଷ୍ଟ ଆମ୍ବ ଖାଇବାକୁ ଭିଡ ଜମାନ୍ତି ।