ଅବକାରୀ ନୀତିରେ ପରିବର୍ତ୍ତନ ଆଣି ସଂଶୋଧିତ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ବର : ବିରୋଧ ପରେ ବଦଳିଲା ସରକାରଙ୍କ ଅବକାରୀ ନୀତି । ପୁରୀ ବେଳାଭୂମିରେ ଖୋଲିବନି ମଦ କ୍ୟାବିନ୍। ଅବକାରୀ ନୀତିରେ ପରିବର୍ତ୍ତନ ଆଣି ସଂଶୋଧିତ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ଅବକାରୀ କମିଶନର ନରସିଂହ ଭୋଳ । ନୂଆ ଅବକାରୀ ନୀତିରେ ବେଳାଭୂମିରେ ମଦ କ୍ଯାବିନ ଖୋଲିବା ପ୍ରସ୍ତାବ ରହିଥିଲା । ଯାହାକୁ ନେଇ ଚାରିଆଡ଼େ ବିରୋଧ ପ୍ରଦର୍ଶନ ହୋଇଥିଲା । ପୁରୀ ଶଙ୍କରାଚାର୍ଯ୍ଯ ମଧ୍ଯ ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଥିଲେ । ଶେଷରେ ବାଧ୍ଯ ହୋଇ ସାମାଜିକ, ଧାର୍ମିକ ଓ ସାଂସ୍କୃତିକ ଦିଗକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ପରିବର୍ତ୍ତନ କରିଛନ୍ତି ରାଜ୍ଯ ସରକାର । ସେହିପରି ରାଜ୍ୟର ଅନ୍ୟ ଧର୍ମାନୁଷ୍ଠାନର ୫ କିଲୋମିଟର ପରିଧିରେ ମଦ ଦୋକାନ ନଖୋଲିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ।