ଚନ୍ଦ୍ର ଠୁ ଖୁବ୍ କମଦୂରରେ ଚନ୍ଦ୍ରଯାନ-୩, ଚନ୍ଦ୍ରପୃଷ୍ଠରେ ଚମକିବ ଅଶୋକ ଚକ୍ର ଓ ଇସ୍ରୋ ଲୋଗୋ

1 min read

ବେଙ୍ଗାଲୁରୁ: ମିଶନ ମୁନ୍ କାଉଣ୍ଟଡାଉନ । ସମୟ ଗଡ଼ିବା ସହ ବଢୁଛି ହାର୍ଟବିଟ୍ । ମଝିରେ ଆଉ ଗୋଟିଏ ଦିନ । ଚନ୍ଦ୍ରଠାରୁ ଖୁବ୍ କମ ଦୁରରେ ଚନ୍ଦ୍ରଯାନ-୩ । ଗତକାଲି ୨୫ କିଲୋମିଟର ଦୂର ଥିବା ବେଳେ ଆଜି ଏହି ଦୂରତା ଆହୁରି କମିଛି । ଚନ୍ଦ୍ରପୃଷ୍ଠରେ ଅବତରଣ ପରେ ସ୍ବର୍ଣ୍ଣିମ ଇତିହାସ ଲେଖିବ ଇସ୍ରୋ । ଫାଇନାଲ ଡିବୁଷ୍ଟିଂ ପ୍ରକ୍ରିୟା ସଫଳ ହେବା ପରେ ବଢ଼ିଛି ସଫ୍ଟ ଲ୍ୟାଣ୍ଡିଂ ଆଶା ।

ଡିବୁଷ୍ଟିଂ ଅପରେସନରେ ଚନ୍ଦ୍ରଯାନ-୩ର ସ୍ପିଡକୁ କମାଇ ଦିଆଯାଇଛି । ଲ୍ୟାଣ୍ଡରର ଇଣ୍ଟରନାଲ ଯାଞ୍ଚ ପରେ ସୂର୍ଯ୍ୟୋଦୟ ପର୍ଯ୍ୟନ୍ତ ଅପେକ୍ଷା କରାଯିବ । ଅଗଷ୍ଟ ୨୩ ତାରିଖ ସନ୍ଧ୍ୟା ୬ଟା ୪ମିନିଟରେ ସଫ୍ଟ ଲ୍ୟାଣ୍ଡିଂ କରିବାକୁ ଚେଷ୍ଟା କରାଯିବ । ଲ୍ୟାଣ୍ଡିଂ ପ୍ରକ୍ରିୟା ଆରମ୍ଭ ହେବାର ପ୍ରାୟ ୨୦ମିନିଟ ପରେ ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠରେ ପହଞ୍ଚିବ । ଏହି ୨୦ ମିନିଟ ଚନ୍ଦ୍ରଯାନର ସଫଳତା ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ ।

ଲ୍ୟାଣ୍ଡିଂ ପରେ ବୈଜ୍ଞାନିକଙ୍କ କମାଣ୍ଡ ଆଧାରରେ ଚନ୍ଦ୍ରପୃଷ୍ଠରେ ଗବେଷଣା ଆରମ୍ଭ କରିବ ରୋଭର ପ୍ରଜ୍ଞାନ । ରୋଭରରେ ଲଗାଯାଇଥିବା ଅଶୋକ ଚକ୍ର ଓ ଇସ୍ରୋର ଲୋଗୋ ଚିହ୍ନ ଚନ୍ଦ୍ରପୃଷ୍ଠରେ ଚିହ୍ନ ଛାଡ଼ିବ ।