ମହାକାଶ ବିଜ୍ଞାନ ଇତିହାସରେ ଯୋଡ଼ି ହେବ ନୂଆ ଫର୍ଦ୍ଦ, ସନ୍ଧ୍ୟା ୬ଟାରେ ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ
1 min readବେଙ୍ଗାଲୁରୁ: ଆଉ କେଇ ଘଣ୍ଟାର ଅପେକ୍ଷା । ଭାରତ ଲେଖିବ ଚନ୍ଦ୍ର କାହାଣୀ । ଚନ୍ଦ୍ରରେ ଗୃହପ୍ରବେଶ କରିବ ଚନ୍ଦ୍ରୟାନ-୩ । ମହାକାଶ ବିଜ୍ଞାନ ଇତିହାସରେ ଯୋଡ଼ି ହେବ ନୂଆ ଫର୍ଦ୍ଦ । ସନ୍ଧ୍ୟା ୬ଟା ୪ ମିନିଟରେ ଚନ୍ଦ୍ର ପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିବ ଚନ୍ଦ୍ରଯାନ-୩ । ଏଥିପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି । ପାର୍ଟସ ଚେକିଂ ସହ ଚାଲିଛି ସିଷ୍ଟମ ଭେରିଫେକେସନ ।
କଣ୍ଟ୍ରୋଲ ରୁମରେ ଅନବରତ ପ୍ରଚେଷ୍ଟା କରାଯାଉଛି । ପ୍ରତିକୂଳ ପରିସ୍ଥିତି ପାଇଁ ପ୍ଲାନ-ବି ମଧ୍ୟ ପ୍ରସ୍ତୁତ ରହିଛି । ପ୍ରତିକୂଳ ପରିସ୍ଥିତିରେ ଲ୍ୟାଣ୍ଡିଂ ପ୍ରକ୍ରିୟା ଘୁଞ୍ଚାଇବାକୁ ଯୋଜନା ରଖିଛି ଇସ୍ରୋ । ସମସ୍ୟା ଉପୁଜିଲେ ଆସନ୍ତା ୨୭ ତାରିଖରେ ଲ୍ୟାଣ୍ଡିଂ କରାଯିବାକୁ ଯୋଜନା କରାଯାଇଛି । ଆଜି ସଫ୍ଟ ଲ୍ୟାଣ୍ଡିଂ କରିବାରେ ଭାରତ ସଫଳ ହେଲେ ଋଷ, ଆମେରିକା, ଚୀନ ପରେ ଭାରତ ସାଜିବ ଚତୁର୍ଥ ସୁପର ପାଓ୍ବାର ।
ମୁନ ମିଶନର ସଫଳତା ପାଇଁ ସାରା ଦେଶରେ ହୋମଯଜ୍ଞ କରାଯାଉଛି । ମନ୍ଦିରରେ ଜଳଲାଗି ସହ ହୋମଯଜ୍ଞ କରି ଐତିହାସିକ ମିଶନର ସଫଳତା କାମନା କରିଛନ୍ତି ଦେଶବାସୀ । ବାରାଣସୀର କାମାକ୍ଷା ମନ୍ଦିରରେ ପୂଜାର୍ଚ୍ଚନା କରାଯାଇ ଇସ୍ରୋ ପ୍ରୋଜେକ୍ଟର ସଫଳତା କାମନା କରାଯାଉଛି ।