spot_img

Latest Posts

ଚନ୍ଦ୍ରଯାନ-୩: ଆସନ୍ତା ୨୨ରେ ଲ୍ୟାଣ୍ଡର ବିକ୍ରମ ଓ ରୋଭର ପ୍ରଜ୍ଞାନର ଅବସ୍ଥା କଣ ହେବ?

ନୂଆଦିଲ୍ଲୀ: ଆସନ୍ତା ୨୨ ତାରିଖରେ ଲ୍ୟାଣ୍ଡର ବିକ୍ରମ ଓ ରୋଭର ପ୍ରଜ୍ଞାନର ଅବସ୍ଥା କଣ ହେବ? ଇସ୍ରୋର ଚନ୍ଦ୍ର ଅଭିଯାନର ଅନ୍ତ ହେବ ନା ସ୍ଲିପମୋଡରେ ଥିବା ବିକ୍ରମ ଓ ପ୍ରଜ୍ଞାନ ଜାଗ୍ରତ ହେବେ? ଏହାକୁ ନେଇ ଜାରି ରହିଛି ସସପେନ୍ସ ।

ବର୍ତ୍ତମାନ ଚନ୍ଦ୍ରର ଦକ୍ଷିଣ ମେରୁରେ ସ୍ଲିପ ମୋଡରେ ରହିଛନ୍ତି ବିକ୍ରମ ଓ ପ୍ରଜ୍ଞାନ। ଆସନ୍ତା ୨୨ ତାରିଖରେ ଚନ୍ଦ୍ରର ଦକ୍ଷିଣ ମେରୁରେ ସୌରରଶ୍ମୀ ପଡିବାକୁ ଯାଉଥିବାବେଳେ ସେମାନଙ୍କୁ ଜାଗ୍ରତ କରିବା ଲାଗି ଚେଷ୍ଟା କରିବ ଇସ୍ରୋ। ଯଦି ଉଭୟ ବିକ୍ରମ ଓ ପ୍ରଜ୍ଞାନକୁ ଜାଗ୍ରତ କରିବାରେ ଇସ୍ରୋ ସଫଳ ହୁଏ ତେବେ ଇସ୍ରୋର ବିଜ୍ଞାନ କାରିଗରୀର ଉତ୍କର୍ଷତା ପୁଣି ପ୍ରତିପାଦିତ ହେବ। ଏହା ସହ ଅନ୍ୟାନ୍ୟ ପ୍ରସଙ୍ଗରେ ଇସ୍ରୋ ଗବେଷଣା କରିବାକୁ ସକ୍ଷମ ହେବ।

ଚନ୍ଦ୍ରରେ ଜଳବାୟୁ ନଥିବାରୁ ଏହାର ପୃଷ୍ଠ ଦେଶରେ ରାତିରେ ତାପମାତ୍ରା ମାଇନସ ୧୮୦ ଡିଗ୍ରୀ ହୋଇଥିବାବେଳେ ସ୍ଥାୟୀ ଭାବେ ସୌରରଶ୍ମୀ ପାଉନଥିବା ସ୍ଥାନରେ ତାପମାତ୍ରା ରହିଥାଏ ମାଇନସ ୨୪୦ ଡିଗ୍ରୀ ସେଲସିୟସ। ସୂଚନା ଅନୁଯାୟୀ, ଅଗଷ୍ଟ ୨୩ରେ ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡ କରିଥିଲା ଚନ୍ଦ୍ରଯାନ-୩ । ଯାହା ପରଠାରୁ ଲ୍ୟାଣ୍ଡର ବିକ୍ରମ ଓ ରୋଭର ପ୍ରଜ୍ଞାନ ଜରିଆରେ ଅନେକ ତଥ୍ୟ ହାସଲ କରିଛି ଭାରତ ।

Latest Posts

Don't Miss