ଜୁଲାଇ ୧୩ରେ ଲଞ୍ଚ୍ ହେବ ଚନ୍ଦ୍ରାୟନ-୩, ସୂଚନା ଦେଲେ ଇସ୍ରୋ ମୁଖ୍ୟ ଏସ୍ ସୋମନାଥ

1 min read

ନୂଆଦିଲ୍ଲୀ: ଜୁଲାଇ ୧୩ରେ ଚନ୍ଦ୍ରୟାନ-୩ । ଜୁଲାଇ ୧୩ରେ ଲଞ୍ଚ ହେବ ଚନ୍ଦ୍ରୟାନ-୩ । ଏନେଇ ଇସ୍ରୋ ମୁଖ୍ୟ ଏସ. ସୋମନାଥ ସୂଚନା ଦେଇଛନ୍ତି । ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରୟାନ-୩ ସଫ୍ଟ ଲ୍ୟାଣ୍ଡିଂ କରିବ ବୋଲି ଆଶା ପ୍ରକାଶ କରିଛନ୍ତି ଏସ. ସୋମନାଥ । ସବୁକିଛି ଠିକ ରହିଲେ ଜୁଲାଇ ୧୩ରୁ ମିଶନ ଆରମ୍ଭ ହେବ । ଅନ୍ୟଥା ଆବଶ୍ୟକସ୍ଥଳରେ ଏହା ଜୁଲାଇ ୧୯ ପର୍ଯ୍ୟନ୍ତ ବଢିପାରେ ବୋଲି କହିଛନ୍ତି ଇସ୍ରୋ ମୁଖ୍ୟ । ତେବେ ଶ୍ରୀହରିକୋଟାସ୍ଥିତ ସତୀଶ ଧାଓ୍ବନ ସ୍ପେସ ଷ୍ଟେସନ ଲଞ୍ଚ ପ୍ୟାଡରେ ଚନ୍ଦ୍ରାୟନ ପହଞ୍ଚି ସାରିଛି । LVM-3 ରକେଟ ଯୋଗେ ଚନ୍ଦ୍ରାୟନ-୩ ଉତକ୍ଷେପଣ କରାଯିବ ।

ଏହି ଅଭିଯାନ ଲାଗି ଆବଶ୍ୟକ ଏକ ସ୍ବଦେଶୀ ଲ୍ୟାଣ୍ଡର ମଡ୍ୟୁଲ, ଏକ ପ୍ରପଲସନ ମଡ୍ୟୁଲ ଓ ଏକ ରୋଭର । ଚନ୍ଦ୍ରପୃଷ୍ଠରେ ସେଫ ଓ ସଫ୍ଟ ଲ୍ୟାଣ୍ଡିଂ ଓ ରୋଭିଂକୁ ଅଧିକ ସୁଗମ କରିବା ଲାଗି ଚନ୍ଦ୍ରୟାନ-୩ ଅଭିଯାନ ଆରମ୍ଭ ହେବ । ଏହା ସହ ଚନ୍ଦ୍ର ପୃଷ୍ଠରେ ରୋଭରର ପ୍ରଦିକ୍ଷଣ, ବିଭିନ୍ନ ବୈଜ୍ଞାନିକ ଗବେଷଣା ଆଦି ଲାଗି ଏହି ଅଭିଯାନ ଉଦ୍ଦିଷ୍ଟ । ୨୦୦୮-୦୯ରେ ଚନ୍ଦ୍ରୟାନ-୧ ହୋଇଥିବାବେଳେ ଚନ୍ଦ୍ର ପୃଷ୍ଠରେ ଜଳର ସନ୍ଧାନ ମିଳିଥିଲା । ୨୦୧୯ ଅଗଷ୍ଟରେ ହୋଇଥିବା ଚନ୍ଦ୍ରୟାନ-୨ ବିଫଳ ହୋଇଥିଲା । ମାତ୍ର ଚନ୍ଦ୍ରୟାନ-୨ରେ ଚନ୍ଦ୍ର ପୃଷ୍ଠକୁ ପଠାଯାଇଥିବା ଅର୍ବିଟର ଏବେ ବି ସଫଳତାର ସହ କାର୍ଯ୍ୟ କରୁଛି ।