ଚନ୍ଦ୍ରରେ ରୋଭର ପ୍ରଜ୍ଞାନ ରାସ୍ତାରେ ଆସିଲା ବିରାଟ ଗର୍ତ୍ତ, ଏମିତି ଗତିପଥ ବଦଳାଇଲା ରୋଭର

1 min read

ନୂଆଦିଲ୍ଲୀ: ପ୍ରଥମ ପ୍ରତିବନ୍ଧକ ପାର୍ କଲା ରୋଭର ପ୍ରଜ୍ଞାନ । ଚନ୍ଦ୍ରପୃଷ୍ଠରେ ଗବେଷଣା କରୁଥିବା ରୋଭର ପ୍ରଜ୍ଞାନ ପ୍ରଥମ ବାଧାକୁ ସଫଳତାର ସହ ଅତିକ୍ରମ କରିଛି । ମାତ୍ର ତିନି ମିଟର ଦୂରରେ ଥିବା ୪ ମିଟର ବ୍ୟାସ ବିଶିଷ୍ଟ ବିରାଟ ଗାତ ଦେଖିବା ପରେ ରୋଭର ରୁଟ ବଦଳାଇଥିଲା । ଏ ନେଇ ଟୁଇଟ କରି ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି । ଚନ୍ଦ୍ରପୃଷ୍ଠରେ ରୋଭରକୁ ଆହୁରି ଅନେକ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡ଼ିବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି । ରବିବାର ଲାଣ୍ଡରରେ ଲାଗିଥିବା ଚାଷ୍ଟେ ପେଲୋଡ ମଡ୍ୟୁଲ ଡାଟା ପ୍ରଦାନ କରିଛି ।

Image

Image

ଜହ୍ନର ପୃଷ୍ଠଭୂମି ଏବଂ ଭିତରେ ଥିବା ତାପମାତ୍ରା ମଧ୍ୟରେ କେତେ ଭିନ୍ନତା ରହୁଛି ତାହାର ଟିକିନିଖି ତଥ୍ୟ ଦେଇଛି ଲ୍ୟାଣ୍ଡର । ଜହ୍ନର ପୃଷ୍ଠଭୂମିରେ ତାପମାତ୍ରା ୫୦ ଡିଗ୍ରୀ ସେଲସିୟସ ଥିବାବେଳେ ୮ସେଣ୍ଟିମିଟର ଗଭୀରକୁ ଗଲେ ଏହା ତାହାର ତାପମାତ୍ରା ମାଇନସ ୧୦ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଉଛି । ଇସ୍ରୋ ପକ୍ଷରୁ ଏନେଇ ଏକ ଗ୍ରାଫ ଜାରି କରାଯାଇଛି । ତାପମାତ୍ରାରେ ଏପରି ପାର୍ଥକ୍ୟ ବୈଜ୍ଞନିକମାନଙ୍କୁ ଆଶ୍ଚର୍ଯ୍ୟ କରିଛି । ପୃଥିବୀରେ ୨-୩ ସେଣ୍ଟିମିଟର ଗଭୀରତାରେ ତାପମାତ୍ର ଅତିବେଶିରେ ୨-୩ ଡିଗ୍ରୀ ସେଲସିୟସ ଫରକ ଦେଖାଯାଉଥିବା ବେଳେ ଚନ୍ଦ୍ରରେ ଏହା ଢେର ଅଧିକ ।