ଏହି ସବୁ ସମସ୍ୟା ଉପୁଜିଲେ ବଦଳିପାରେ ଚନ୍ଦ୍ରଯାନ-୩ର ଅବତରଣ ତାରିଖ, ଜାଣନ୍ତୁ

1 min read

ନୂଆଦିଲ୍ଲୀ: ଆସନ୍ତା ଅଗଷ୍ଟ ୨୩ ତାରିଖ ସନ୍ଧ୍ୟା ୬ ଟା ୪ମିନିଟରେ ଚନ୍ଦ୍ରଯାନ-୩ର ଚନ୍ଦ୍ରରେ ଲ୍ୟାଣ୍ଡିଂ ନେଇ ସମୟ ନିର୍ଦ୍ଧାରଣ କରାଯାଇଛି । ସମସ୍ତ ଭାରତୀୟ ଉତ୍ସାହର ସହ ଏହି ଐତିହାସିକ ମୂହୁର୍ତ୍ତକୁ ଅପେକ୍ଷା କରିଛନ୍ତି । ହେଲେ ଏହାରି ମଧ୍ୟରେ ଏକ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି । ଯଦି ଲ୍ୟାଣ୍ଡିଂ ନେଇ ଅନୁକୂଳ ସ୍ଥାନ ନମିଳେ ତେବେ ଅବତରଣ ଟଳିପାରେ । ଏହାକୁ ବ୍ୟାପଅପ୍ ପ୍ଲାନ ଭାବେ ରଖାଯାଇଛି । ପ୍ଲାନ-ବି ରୁପରେ ଏହାକୁ ରଖାଯାଇଛି । ତେବେ ଅଧିକ ସମ୍ଭାବନା ଯେ ୨୩ ତାରିଖ ସନ୍ଧ୍ୟାରେ ହିଁ ଲ୍ୟାଣ୍ଡିଂ କରାଯିବ । ଯଦି ଉପଯୁକ୍ତ ସ୍ଥାନ ଲ୍ୟାଣ୍ଡିଂ ପାଇଁ ନମିଳେ ତେବେ ଅବତରଣ ତାରିଖ ଘୁଞ୍ଚାଯିବ ବୋଲି ଇସ୍ରୋ ବୈଜ୍ଞାନିକ କହିଛନ୍ତି । ଇସ୍ରୋର ଏକ ସେଣ୍ଟର ଗୁଜରାଟର ଅହମ୍ମଦାବାଦରେ ରହିଛି ।

ଏହାର ନାଁ ସ୍ପେସ ଆପ୍ଲିକେସନ ସେଣ୍ଟର ଅଟେ ଏବଂ ଏହାର ନିର୍ଦ୍ଦେଶକ ଅଛନ୍ତି ନୀଲେଶ ଏମ୍ ଦେଶାଇ । ନୀଲେଶ ଦେଶାଇ କହିଛନ୍ତି, ୨୩ ଅଗଷ୍ଟରେ ଲ୍ୟାଣ୍ଡିଂର ଦୁଇ ଘଣ୍ଟା ପୂର୍ବେ ଇସ୍ରୋର ପ୍ରମୁଖ ବୈଜ୍ଞାନିକ ଏହି ନିଷ୍ପତ୍ତି ନେବେ ଯେ ଲ୍ୟାଣ୍ଡିଂ କରା ହେବ ନା ନାହିଁ । ଦେଶାଇ କହିଛନ୍ତି, ଏଥିରେ ଆମେ ଦେଖିବୁ ଯେ ଆମକୁ ସଠିକ ସ୍ଥାନ ଲ୍ୟାଣ୍ଡିଂ ପାଇଁ ମିଳୁଛି କି ନାହିଁ । ଲ୍ୟାଣ୍ଡରର ସ୍ୱାସ୍ଥ୍ୟ କିପରି ଅଛି । ଏଥିସହିତ ଚନ୍ଦ୍ରର ବାୟୁମଣ୍ଡଳ ଏବଂ ପୃଷ୍ଠର ସ୍ଥିତି କିପରି ଅଛି । କଣ ତାହା ଲ୍ୟାଣ୍ଡିଂ ପାଇଁ ଉପଯୁକ୍ତ ରହିଛି? ଯଦି କୌଣସି ପ୍ରକାରର ତ୍ରୁଟି ଦେଖିବାକୁ ମିଳେ ବା ଆଶଙ୍କା ସୃଷ୍ଟି ହୁଏ ତେବେ ଚନ୍ଦ୍ରଯାନ-୩ର ଲ୍ୟାଣ୍ଡିଂ ଅଟକାଇ ଦିଆଯିବ । ଏବଂ ୨୭ ତାରିଖରେ ଅବତରଣ କରାଯିବ । ଯଦି କୌଣସି ପ୍ରକାରର ସମସ୍ୟା ନଉପୁଜେ ତେବେ ୨୩ ତାରିଖରେ ହିଁ ଲ୍ୟାଣ୍ଡିଂ କରାଯିବ ।