ଯୋଗୀଙ୍କୁ ଟକ୍କର ଦେବେ ଚନ୍ଦ୍ରଶେଖର

1 min read

ଲକ୍ଷ୍ନୌ: ସରଗରମ ହେବାରେ ଲାଗିଛି ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ । ୟୁପି ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ପ୍ରଥମ ପର୍ଯ୍ୟାୟରେ ପ୍ରାର୍ଥୀ ଘୋଷଣା କରିସାରିଛି । ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରଥମ ଥର ବିଧାନସଭା ନିର୍ବାଚନରେ ନିଜ ଭାଗ୍ୟ ପରୀକ୍ଷା ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । ଗୋରଖପୁର ବିଧାନସଭା ଆସନରୁ ଯୋଗୀ ନିର୍ବାଚନ ଲଢ଼ିବେ ବୋଲି ଘୋଷଣା ହୋଇଛି । ଯୋଗୀ ଗୋରଖପୁର ଆସନରୁ ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରିବା ପରେ ଭୀମ୍ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଆଜାଦ ଯୋଗୀ ଆଦିତ୍ୟନାଥଙ୍କ ବିପକ୍ଷରେ ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରିଛନ୍ତି ।

 

ଚନ୍ଦ୍ରଶେଖର ଦୁଇ ଥର ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ସହ ମେଣ୍ଟ କରିବା ପାଇଁ ଆଲୋଚନା କରିଥିଲେ । କିନ୍ତୁ ସପା ସହ ମେଣ୍ଟ କରିବାରେ ବିଫଳ ହୋଇଥିଲେ ଚନ୍ଦ୍ରଶେଖର । ଏହା ପରେ ଚନ୍ଦ୍ରଶେଖର ଅଖିଳେଶଙ୍କୁ ଟାର୍ଗେଟ କରିଥିଲେ । କହିଥିଲେ- ଅଖିଳେଶଙ୍କୁ ଦଳିତଙ୍କ ଭୋଟ ଦରକାର କିନ୍ତୁ ଦଳିତ ନେତା ଦରକାର ନାହିଁ । ଚନ୍ଦ୍ରଶେଖରଙ୍କ ଏପରି ଅଭିଯୋଗର ଜବାବ ରଖିଥିଲେ ଅଖିଳେଶ । କହିଥିଲେ- ଚନ୍ଦ୍ରଶେଖରଙ୍କୁ ଦୁଇଟି ସିଟ୍ ଦେବାକୁ କୁହାଯାଇଥିଲା । ସେ ମାନି ବି ଯାଇଥିଲେ । ପରବର୍ତ୍ତୀ ସମୟରେ ତାଙ୍କ ପାଖକୁ କେହି ଜଣେ ଫୋନ କରିଥିଲେ ଓ ସବୁ ଓଲଟ ପାଲଟ ହୋଇଯାଇଥିଲା ।

Leave a Reply