spot_img

Latest Posts

ଜଷ୍ଟିସ ଚନ୍ଦ୍ରଚୂଡ଼ ନାଁ ନେଇ ଟଙ୍କା ମାଗିଲା ସାଇବର ଠକ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କ ନାଁ ନେଇ ଠକିବାକୁ ଉଦ୍ୟମ ।ଜଷ୍ଟିସ ଚନ୍ଦ୍ରଚୂଡ଼ ନାଁ ନେଇ ଟଙ୍କା ମାଗିଲା ସାଇବର ଠକ । ମୁଁ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି। କଲେଜିୟମର ମୋର ଏକ ଜରୁରୀ ବୈଠକ ଅଛି। କିନ୍ତୁ ମୁଁ କନଟପ୍ଲେସରେ ଫସି ଯାଇଛି। କ୍ୟାବରେ ଯିବାକୁ ମତେ ୫ ଶହ ଟଙ୍କା ପଠାଇ ପାରିବ କି । କୋର୍ଟରେ ପହଞ୍ଚିବା ମାତ୍ରେ ମୁଁ ଆପଣଙ୍କର ଟଙ୍କା ପଠାଇ ଦେବି। ଏମିତି ଏକ ମେସେଜ୍ ଆସିଥିଲା ଜଣେ ବ୍ୟକ୍ତିଙ୍କୁ, ଯାହାର ସ୍କ୍ରିନ ସଟ୍ ଭାଇରାଲ ହେବାରେ ଲାଗିଛି।

ପ୍ରକୃତରେ ପ୍ରଧାନ ବିଚାରପତି ଚନ୍ଦ୍ରଚୂଡ଼ ଏହି ମେସେଜ୍ ପଠାଇନଥିଲେ। ତାଙ୍କ ନାଁରେ ଏପରି ମେସେଜ ପଠାଇ ଠକିବାକୁ ଉଦ୍ୟମ କରିଛନ୍ତି ସାଇବର ଲୁଟେରା। ସାଇବର ଲୁଟେରା ଏମିତି ମାତିଛନ୍ତି ଯେ, ଦେଶର ପ୍ରଧାନ ବିଚାରପତିଙ୍କୁ ବି ଛାଡୁନାହାନ୍ତି। ତାଙ୍କ ନାଁରେ ଲୋକଙ୍କୁ ମାଗୁଛନ୍ତି ଟଙ୍କା। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କ ନାଁରେ କହିଲେ, ସାଙ୍ଗେ ସାଙ୍ଗେ ଟଙ୍କା ମିଳିଯିବ ଭାବି ଠକମାନେ ଏପରି ମେସେଜ୍ ପଠାଉଛନ୍ତି। ଏହା ଭାଇରାଲ ହେବା ପରେ ସୁପ୍ରିମକୋର୍ଟ ନିଜ ଆଡୁ ମାମଲା ଗ୍ରହଣ କରିଛନ୍ତି ଏବଂ ପ୍ରଧାନ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡ଼ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ଟେକ୍ନୋଲଜି ବ୍ୟବହାର ବଢ଼ିବା ସହିତ କିଛି ବର୍ଷ ହେଲା ମାତିଛନ୍ତି ସାଇବର ଠକ। ବିଭିନ୍ନ ଉପାୟରେ ସେମାନେ ଲୋକଙ୍କଠାରୁ ଟଙ୍କା ଲୁଟି ନେଉଛନ୍ତି। ପୁରା ବ୍ୟାଙ୍କ ଆକାଉଣ୍ଟ ବି ଖାଲି କରିଦେଉଛନ୍ତି। ବିଭିନ୍ନ ଟ୍ରିକ୍ କରି ସେମାନେ ଲୋକଙ୍କ ଭକୁଆ ବନାଇ ଟଙ୍କା ନେଇ ଯାଉଛନ୍ତି। ଏଥିପ୍ରତି ସତର୍କ ରହିବାକୁ ପୋଲିସ, ବ୍ୟାଙ୍କ, ଆରବିଆଇ ଗାଇଡଲାଇନ୍ ଜାରି କରିଥିଲେ ମଧ୍ୟ ସାଇବର ଠକମାନେ ନୂଆ ନୂଆ ଉପାୟରେ ଡିଜିଟାଲ୍ ଲୁଟ କରୁଛନ୍ତି। …

Latest Posts

Don't Miss