ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ.ଚନ୍ଦ୍ରବାବୁ ନାଇଡ଼ୁ ଗିରଫ

ନନ୍ଦିଘୋଷ ବ୍ୟୁରୋ: ଆନ୍ଧ୍ରପ୍ରଦେଶ ଦକ୍ଷତାବିକାଶ ନିଗମ ଦୁର୍ନୀତି ମାମଲାରେ କାର୍ଯ୍ୟାନୁଷ୍ଠାନ । ଗିରଫ ହେଲେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଡିପି ସଭାପତି ଏନ. ଚନ୍ଦ୍ରବାବୁ ନାଇଡୁ । ଶନିବାର ସକାଳୁ ନନ୍ଦୟାଲା ପୋଲିସ ସହାୟତାରେ ସିଆଇଡି ଚନ୍ଦ୍ରବାବୁ ନାଇଡଙ୍କୁ ଗିରଫ କରିଛି । ଚନ୍ଦ୍ରବାବୁଙ୍କ ଆର.କେ ଫଙ୍କସନ ନିକଟରେ ସିଆଇଡି ସହ ପୋଲିସ ଟିମ୍‌ ପହଞ୍ଚିଥିଲେ । ଭୋର ୩ଟାରେ ଚନ୍ଦ୍ରବାବୁ ନାଇଡୁଙ୍କୁ ଗିରଫ ପାଇଁ ପହଞ୍ଚିଥିଲା ପୋଲିସ । ହେଲେ ଚନ୍ଦ୍ରବାବୁ ପୋଲିସକୁ ଅନୁମତି ନଦେବାରୁ ସକାଳ ୬ଟା ବେଳକୁ ପୋଲିସ ତାଙ୍କୁ ଗିରଫ କରିଛି । ଦୁର୍ନୀତି ମାମଲାରେ ଏକ ନମ୍ବର ଦୋଷୀ ଥିଲେ ଚନ୍ଦ୍ରବାବୁ ନାଇଡୁ । ଚନ୍ଦ୍ରବାବୁ ନାଇଡୁଙ୍କୁ ବିଜୟୱାଡା ସ୍ଥାନାନ୍ତର କରାଯାଇଛି । ଦୁର୍ନୀତି ନିବାରଣ ଆଇନ ୧୯୮୮ ଅନୁସାରେ, ୧୨୦(୮), ୧୬୬, ୧୬୭, ୪୧୮, ୪୨୦, ୪୬୫, ୪୭୧, ୪୦୯, ୨୦୧, ୧୦୯, ୩୪ ଓ ୩୭ ଆଇପିସି ଧାରାରେ ମାମଲା ରୁଜୁ ହୋଇଛି ।