ମୁଖ୍ୟମନ୍ତ୍ରୀ ଯେତେବେଳେ ଯେଉଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଭାବିଚିନ୍ତି କରନ୍ତି: ସାଂସଦ ଚନ୍ଦ୍ର ଶେଖର ସାହୁ

Vigilance To Freeze Bank Accounts Of Pradeep Panigrahi And Family Members

ଭୁବନେଶ୍ୱର: ପ୍ରଦୀପ ପାଣିଗ୍ରାହୀଙ୍କ ଗିରଫ ଘଟଣାରେ ସାଂସଦ ଚନ୍ଦ୍ର ଶେଖର ସାହୁଙ୍କ ପ୍ରତିକ୍ରିୟା । ମୁଖ୍ୟମନ୍ତ୍ରୀ ଯେତେବେଳେ ଯେଉଁ ନିଷ୍ପତ୍ତି ବା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଭାବିଚିନ୍ତି କରନ୍ତି । ସ୍ୱଚ୍ଛ ନିର୍ମଳ ଶାସନରେ ଦୁର୍ନୀତି ଓ ଜନ ବିରୋଧୀଙ୍କୁ ଆଦୌ ପ୍ରଶ୍ରୟ ନାହିଁ ଏହା ଦ୍ୱାରା ସେ ସ୍ପଷ୍ଟ ସୂଚନା ଦେଇଛନ୍ତି । ବର୍ତ୍ତମାନ ପରିସ୍ଥିତିରେ ତଦନ୍ତ ଜାରି ରହିଥିବାରୁ ଅଧିକ କିଛି ମନ୍ତବ୍ୟ ଦେବା ଉଚିତ ନୁହେଁ ବୋଲି ସେ କହିଛନ୍ତି। ଯେଉଁ ନିଷ୍ପତ୍ତି ନେଇଛନ୍ତି ଆମେ ତାକୁ ସ୍ୱାଗତ କରୁଛୁ । ୨୦୦୦ ମସିହା ପରଠୁ ମୁଖ୍ୟମନ୍ତ୍ରୀ ଯାହା ପଦକ୍ଷେପ ନେଇଛନ୍ତି  ତାହା ପରବର୍ତ୍ତୀ ସମୟରେ ସଠିକ ପ୍ରମାଣିତ ହୋଇଛି । ଯିଏ ଦୋଷ କରିଛି ଦଣ୍ଡ ପାଇଛି ।  ତଦନ୍ତ ଚାଲିଛି ଆଇନ ତା ବାଟରେ ଯିବ।

ସେପଟେ ପ୍ରଦୀପଙ୍କ ଗିରଫଦାରୀ ପରେ ତାଙ୍କୁ ଚାର୍ଲସ୍ ଶୋଭରାଜଙ୍କ ସହିତ ତୁଳନା କରିଛନ୍ତି ସାଂସଦ ଅମର ପଟ୍ଟନାୟକ । ବିଧାୟକ, ତାଙ୍କ ପରିବାର ଓ ଭାବୀ ଜାମାତାଙ୍କ ପରିବାର ମିଳିତ ଭାବେ ଲୋକଙ୍କୁ କିଭଳି ଠକେଇ କରିଛନ୍ତି ସେ ସଂପର୍କରେ ଉଲ୍ଲେଖ କରିଛନ୍ତି ସାଂସଦ । ବିଜେଡିରୁ ବହିଷ୍କାର ହୋଇଥିବା ବିଧାୟକଙ୍କୁ କିଛି ପ୍ରଶ୍ନ ମଧ୍ୟ ପଚାରିଛନ୍ତି ସାଂସଦ ଅମର ପଟ୍ଟନାୟକ ।

ସେ ଟ୍ୱିଟ୍ କରି ପ୍ରଶ୍ନ କରିଛନ୍ତି ଯେ, ପ୍ରଦୀପ ପାଣିଗ୍ରାହୀଙ୍କ ବ୍ରହ୍ମପୁର କୋର୍ଟପେଟା ଆଇସିଆଇସିଆଇ ବ୍ୟାଙ୍କ ଆକାଉଣ୍ଟକୁ ମାତ୍ର ୪ ମାସରେ ୨ କୋଟି ୫୦ ଲକ୍ଷ ଟଙ୍କା କେଉଁଠୁ ଆସିଲା ? ଗଞ୍ଜାମରେ ମଦ ମାଫିଆ ଭାବେ ପରିଚିତ ସୂର୍ଯ୍ୟ ସାହୁଙ୍କ ସଂପର୍କୀୟ ରବୀନ୍ଦ୍ର ସାହୁ କାହିଁକି ୭୫ ଲକ୍ଷ ଟଙ୍କା ପ୍ରଦୀପଙ୍କ ଆକାଉଣ୍ଟରେ ଡିପୋଜିଟ୍ କରିଛନ୍ତି ? ଏହା ଲୋକଙ୍କ ହିତ ପାଇଁ କାମ କି ? ଭାବୀ ଜ୍ୱାଇଁଙ୍କ ସହିତ ଟାଟାରେ ଚାକିରି ଦେବାକୁ କହି ଲୋକଙ୍କୁ ଠକିଥିବା ନେଇ ଟାଟା ମୋଟର୍ସ ମଧ୍ୟ କ୍ରାଇମବ୍ରାଞ୍ଚରେ ଅଭିଯୋଗ କରିଛି । ଏତେ ସବୁ ଠକେଇ ଅଭିଯୋଗ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଆସିବା ପରେ କେବେ ସେ ବିଧାୟକ ପଦ ଛାଡ଼ିବେ ବୋଲି ଅମର ପ୍ରଶ୍ନ କରିଛନ୍ତି ।

ତେବେ ପ୍ରଦୀପ ପାଣିଗ୍ରାହୀଙ୍କ ଉପରେ ମଧ୍ୟ ବର୍ଷିଲେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି । ବହୁ ପୂର୍ବରୁ ପ୍ରଦୀପ ପାଣିଗ୍ରାହୀଙ୍କୁ ଗିରଫ କରିବାର ଥିଲା । ବହୁତ ବିଳମ୍ବରେ ଧରିଲେ । ତାଙ୍କ କେଳେଙ୍କାରୀ ବହୁତ ପୂର୍ବରୁ ଚାଲିଛି ବୋଲି ତାରା କହିଛନ୍ତି ।…

Leave a Reply