ଡ୍ରୋନକୁ ଚକମା ଦେବାକୁ ଗୁଡି଼ ଉଡାଉଛନ୍ତି ଚାଷୀ

ନନ୍ଦିଘୋଷ ବ୍ୟୁରୋ: କୃଷକ ଆନ୍ଦୋଳନ ତିବ୍ର ହେବାରେ ଲାଗିଛି । ଦ୍ବିତୀୟ ଦିନରେ ଚାଷୀ ଆନ୍ଦୋଳନ ଜାରି ରହିଛି । ହରିୟାଣା ସୀମାରେ ଏହି ଆନ୍ଦୋଳନ ଜାରି ରହିଛି । ଆନ୍ଦୋଳନ ପାଇଁ ଦିଲ୍ଲୀରେ ଟ୍ରାଫିକ ସମସ୍ୟା ଦେଖା ଦେଇଥିବାବେଳେ ଚାଷୀଙ୍କୁ ଘଉଡ଼ାଇବା ପାଇଁ ପୋଲିସ ପକ୍ଷରୁ ଲୁହବୁହା ଗ୍ୟାସ୍ ଛଡ଼ାଯାଇଛି । ଡ୍ରୋନ ସାହାର୍ଯ୍ୟରେ ଳୁହାବୁହା ଗ୍ୟାସ ଛଡ଼ାଯାଉଥିବାବେଳେ ଚାଷୀମାନେ ଗୁଡ଼ି ଉଡ଼ାଇ ଏହାକୁ ପ୍ରତିବାଦ କରିବା ପାଇଁ ଗୁଡ଼ି ଉଡ଼ାଉଛନ୍ତି । ଡ୍ରୋନକୁ ଚମକା ଦେଇ ଖାସାଇ ଦେବାକୁ ଚାଷୀମାନେ ଏଭଳି ଗୁଡ଼ି ଉଡ଼ାଇଥିବା ଜଣାପଡ଼ିଛି । ହରିୟାଣା ପୋଲିସ ଏବଂ ସୁରକ୍ଷା କର୍ମୀମାନେ ଚାଷୀଙ୍କୁ ଅଟକାଇବା ପାଇଁ ଡ୍ରୋନ ଉଡ଼ାଇଥିବାବେଳେ ଚାଷୀମାନେ ପ୍ରଥମେ ଢ଼େଲା ମାରିଥିଲେ । ମାତ୍ର ଉଚ୍ଚତା କାରଣରୁ ଏହାକୁ ଲକ୍ଷ୍ୟ କରିପାରିନଥିଲେ । ସେପଟେ ହରିୟାଣାର ଜିନ୍ଦରେ ଥିବା ଚିନିକଳକୁ ଅସ୍ଥାୟୀ ହସ୍ପିଟାଲ କରାଯାଇଛି । ଅସୁସ୍ଥ ହେଉଥିବା ଆନ୍ଦୋଳନକାରୀ ଚାଷୀଙ୍କୁ ଏଠାରେ ଚିକିତ୍ସା କରାଯାଉଛି ।