ଚାନ୍ଦବାଲି ; ପଦାରେ ପଡିଲା ବିଜେପି ଯୁବ ନେତାଙ୍କ କଳାକାରନାମା । ମହିଳାଙ୍କୁ ଅଶ୍ଳୀଳ ଇଙ୍ଗିତ ସହ ଦୁଷ୍କର୍ମ ଉଦ୍ୟମ କରି ଜେଲ ଗଲେ ବିଜେପିର ସାଧାରଣ ସମ୍ପାଦକ ଅବଦୁଲ ଆହେଦ ଖାନ । ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଳକ  ଧାମରା ଅଞ୍ଚଳରେ । ମହିଳାଙ୍କ ଅଭିଯୋଗ ମୁତାବକ ଧାମରା ଅଞ୍ଚଳରେ ଅଭିଯୁକ୍ତ ଜଣକ ଜେସିବି ଓ ଟ୍ରାକ୍ଟର କାମ କରୁଥିବା ବେଳେ ବଟି ମାଗିଥାନ୍ତି । ମହିଳା ଜଣଙ୍କ ବଟି ନଦେବାରୁ ତାଙ୍କ ଟ୍ରାକ୍ଟରକୁ କାମ ବନ୍ଦ କରିବା ସହ ତାଙ୍କ ଘରକୁ ଯାଇ ଦେଖାକରିଥିଲା ଅଭିଯୁକ୍ତ । ମହିଳାଙ୍କୁ ଏକୁଟିଆ ପାଇ ତାଙ୍କୁ ଅଶ୍ଳୀଳ ଇଙ୍ଗିତ କରିବା ସହ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ଅବଦୁଲର ଅଚାନକ ଏମିତି ବ୍ୟବହାର ଦେଖି ମହିଳା ଜଣକ ଜୋରରେ ଚିତ୍କାର କରିଥିଲେ । ପରିବାର ଲୋକ ପହଞ୍ଚି ଅବଦୁଲକୁ ମାଡ଼ ମାରିବା  ସହ ଥାନାର ଜିମା ଦେଇଥିଲେ ।  ପୋଲିସ ଅବଦୁଲକୁ ଗିରଫ କରି କୋର୍ଟ ଚାଲାଣ କରିଛି ।