ଚାପ ଖେଳୁଛନ୍ତି ଶ୍ରୀଜୀଉ, ୨୧ ଦିନ ଧରି ବାହାର ଜଳକ୍ରୀଡ଼ା

ପୁରୀ: ଚାପ ଖେଳୁଛନ୍ତି ମହାବାହୁ । ପବିତ୍ର ଅକ୍ଷୟ ତୃତୀୟାରେ ବାହାରିଛନ୍ତି ନରେନ୍ଦ୍ର ପୁଷ୍କରିଣୀ  ।  ଶ୍ରୀମନ୍ଦିରରୁ ୩ଟି ଆଜ୍ଞାମାଳ ରଥ ଅନୂକୁଳ ପାଇଁ ପ୍ରଥମେ ନିଆଯାଇଥିଲା  ।  ମଦନମୋହନ, ଭୂଦେବୀ, ଶ୍ରୀଦେବୀ, ରାମକୃଷ୍ଣ ଓ ପଞ୍ଚୁ ମହାଦେବ ପାଲିଙ୍କି ଓ ବିମାନରେ ରଥ ଖଳାକୁ ବିଜେ କରିଛନ୍ତି । ପରେ ରଥଖଳାରେ ରଥ ଅନୂକୁଳ ନୀତି ଅନୁଷ୍ଠିତ ହୋଇଛି । ପରେ ବିମାନ ଓ ପାଲିଙ୍କିରେ ନରେନ୍ଦ୍ର ପୁଷ୍କରିଣୀ ଗସ୍ତ କରିଛନ୍ତି ଶ୍ରୀଜୀଉ ।

ଆଜିଠାରୁ ନରେନ୍ଦ୍ର ପୁଷ୍କରିଣୀରେ ୨୧ ଦିନ ଧରି ବାହାର ଚନ୍ଦନଯାତ୍ରା ବା ଜଳକ୍ରୀଡ଼ା ଉତ୍ସବ ଆରମ୍ଭ ହେବ । ଏଥି ପାଇଁ ନନ୍ଦା ଓ ଭଦ୍ରା ନାମକ ଦୁଇଟି ନୌକା ସୁସଜ୍ଜିତ କରାଯାଇଛି । କୋଭିଡ କଟକଣା ମଧ୍ୟରେ ସୀମିତ ସେବାୟତ ଓ କର୍ମଚାରୀଙ୍କୁ ନେଇ ଯାତ୍ରାର ଆୟୋଜନ କରାଯାଇଛି । ବିନାଭକ୍ତରେ ଏହି ଉତ୍ସବ ହେବାକୁ ଥିବା ବେଳେ, ବଡଦାଣ୍ଡରେ ଅପରାହ୍ନ ୩ଟାରୁ ୯ଟା ପର୍ଯ୍ୟନ୍ତ ୧୪୪ ଧାରା ଜାରି କରାଯାଇଛି ।

Leave a Reply