ନନ୍ଦନକାନନ ପାଚେରୀ ଭାଙ୍ଗିଲା ଚନ୍ଦକା ଦନ୍ତା, ଘଉଡାଇବାକୁ ପ୍ରୟାସ ଜାରି

ଭୁବନେଶ୍ବର: ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଚନ୍ଦକା ଦନ୍ତା । ପଛପଟ ଗେଟର ପାଚେରୀ ଭାଙ୍ଗି ନନ୍ଦନକାନନ ଭିତରେ ପଶିଛି ଦନ୍ତା । ହାତୀଟି ସିଂହ ସଫାରୀ ପଛପଟେ ରହିଥିବା ବେଳେ ଘଉଡାଇବା ପାଇଁ 4ଟି ବନବିଭାଗ ଟିମର 40ଜଣ ବନ କର୍ମଚାରୀ ନିୟୋଜିତ ହୋଇଛନ୍ତି ।

ପ୍ରାଣୀଉଦ୍ୟାନର ଯେପରି କୌଣସି କ୍ଷତି ନ ହୁଏ ସେଥିପ୍ରତି ଗୁରୁତ୍ବ ଦିଆଯାଇଛି । ବାଣ ଲାଇଟ ଲଗାଇ ହାତୀକୁ ଘଉଡ଼ାଇବା ପାଇଁ ପ୍ରୟାସ ଜାରିରହିଛି । ତେବେ ସ୍ଥିତି ଉପରେ ନଜର ରଖାଯାଇଥିବା ସୂଚନା ଦେଇଛନ୍ତି ନନ୍ଦନକାନନ ଉପ ନିର୍ଦ୍ଦଶକ ସନତ କୁମାର ଏନ ।