ଅପହରଣ ଘଟଣାର ତଦନ୍ତବେଳେ ଧରା ପଡ଼ିଲେ ସାଇବରର ଲୁଟେରା

ଭୁବନେଶ୍ବର : ଅପହରଣ ଘଟଣାର ତଦନ୍ତବେଳେ ଧରା ପଡ଼ିଲେ ସାଇବରର ଲୁଟେରା । ଠକ ଗ୍ୟାଙ୍ଗର ୫ ଜଣଙ୍କୁ ଗିରଫ କଲା କମିଶନରେଟ ପୋଲିସ । ଚନ୍ଦକା ଥାନା ଅଞ୍ଚଳରେ ଥିବା ଏକ ପରିବାର ଏହି ସାଇବର ଠକେଇ ଗ୍ୟାଙ୍ଗରେ ସାମିଲ ଥିଲେ । ମାଷ୍ଟର ମାଇଣ୍ଡ ବିହାରରେ ରହିଥିବା ବେଳେ ଓଡିଶାରେ ଏହି ଠକ ପରିବାର ମ୍ୟୁଲ ଆକାଉଣ୍ଟ୍ କରି ବିହାରର ମାଷ୍ଟର ମାଇଣ୍ଡକୁ ଦେଉଥିଲେ। ୧.୪ ପ୍ରତିଶତ ଟଙ୍କା ପାଇବା ସହ ଏମାନେ ଏକାଧିକ ବ୍ୟାଙ୍କ୍ ଆକାଉଣ୍ଟ୍ ଖୋଲି କାରବାର କରିବା ପାଇଁ ଦେଇଥିଲେ । ପରେ ସାରା ଦେଶରେ ବିଭିନ୍ନ ଉପାୟରେ ଏମାନେ କୋଟି କୋଟି ଟଙ୍କା ଠକେଇ କରିଥିବା ଜଣାପଡିଛି ॥ ମାଷ୍ଟରମାଇଣ୍ଡ ସହ ଓଡିଶାର ଲୋକଙ୍କ ଭାଗ ନ ଛିଡିବାରୁ ଭୁବନେଶ୍ୱର ଡାକି ତାକୁ ଅପହରଣ କରିଥିଲେ । ଏହି ଅପହରଣ ଘଟଣା ପରେ ସାମ୍ନାକୁ ଆସିଥିଲା ସାଇବର ଠକ ଗ୍ୟାଙ୍ଗ । ଲୁଟେରାଙ୍କ ଠାରୁ ୩ଟି ଆକାଉଣ୍ଟ ଜବତ କରିଛି ପୋଲିସ ।