spot_img

Latest Posts

କୋଇଲା ଚାଲାଣକୁ ବିରୋଧ କରି ପୋଲିସକୁ ଖବର ଦେବାରୁ ପିଟିପିଟି ହତ୍ୟା

ଚାନ୍ଦବାଲି : ଦିନକୁ ଦିନ ବଢିଚାଲିଛି କୋଇଲା ମାଫିଆଙ୍କ ଦୌରାତ୍ମ୍ୟ। ଚୋରା କୋଇଲା ଚାଲାଣକୁ ବିରୋଧ କରି ପୋଲିସକୁ ଖବର ଦେବାରୁ ପିଟିପିଟି ହତ୍ୟା। ଏଭଳି ଏକ ଘଟଣା ଦେକିବାକୁ ମିଳିଛି ଚାନ୍ଦବାଲି ତିହିଡି ବ୍ଳକ ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଛତ୍ରପଦା ଗ୍ରାମରେ। ଛତ୍ରପଦା ଗ୍ରାମରେ ଅବନୀ ନାୟକ ନାମକ ଜଣେ ବ୍ୟକ୍ତି ବିଭିନ୍ନ ସମୟରେ ନିକଟସ୍ଥ ଧାମରା ରେଳପଥରୁ କୋଇଲା ଚୋରୀକୁ ବିରୋଧ କରୁଥିଲେ ।

ଗତକାଲି ବିଳମ୍ବିତ ରାତିରେ ୧୦ରୁ ଉର୍ଦ୍ଧ୍ବ କୋଇଲା ବୋଝେଇ ପିକପ ଭ୍ୟାନ ତାଙ୍କ ଘରବାଟ ଦେଇ ଯାଉଥିଲା , ଯାହାକୁ ସେ ବିରୋଧ କରିବା ସହ ପୋଲିସକୁ ଖବର ଦେଇଥିଲେ । ପରେ କୋଇଲା ମାଫିଆଙ୍କ ସହ ଅବନୀଙ୍କର ଧସ୍ତାଧସ୍ତି ହୋଇଥିଲା । ଏହି ଧସ୍ତାଧସ୍ତିରେ ଅବନି ନିଜକୁ ବଞ୍ଚାଇବାକୁ ଯାଇ କୋଇଲା ମାଫିଆଙ୍କୁ ଆକ୍ରମଣ କରିଥିଲେ । ଶେଷରେ ଛଅ ରୁ ସାତ ଜଣ କୋଇଲା ମାଫିଆ ମିଶି ତାଙ୍କୁ ମାଡ଼ ମାରିଥିଲେ। ଫଳରେ ଘଟଣାସ୍ଥଳରେ ଅବନୀଙ୍କର ମୃତ୍ୟୁ ହୋଇଥିଲା।

Latest Posts

Don't Miss