୩୫ ଘଣ୍ଟା ପରେ ମିଳିଲା ବୈତରଣୀ ନଦୀକୁ ଝିଅକୁ ଧରି ଡେଇଥିବା ଚନ୍ଦନଙ୍କ ମୃତଦେହ, ମିଳୁନି ଝିଅର ପତ୍ତା

ଭଦ୍ରକ: ଭଦ୍ରକରେ ବୈତରଣୀ ନଦୀକୁ ଝିଅକୁ ଧରି ବାପା ଡେଇଁବା ଘଟଣା । ପ୍ରାୟ ୩୫ ଘଣ୍ଟା ପରେ ମିଳିଲା ନିଖୋଜ ବାପା ଚନ୍ଦନ ସାହୁଙ୍କ ମୃତଦେହ । ବୈତରଣୀ ନଦୀର କଣ୍ଟିଘାଇରୁ ମୃତଦେହ ଉଦ୍ଧାର କରାଯାଇଛି  । ମୃତଦେହଟି ଚନ୍ଦନଙ୍କର ବୋଲି ତାଙ୍କ ଭିଣୋଇ ଚିହ୍ନଟ କରିଛନ୍ତି  । ତେବେ ଝିଅର ଏଯାଏ ପତ୍ତା ମିଳିନାହିଁ । ନାବାଳିକାକୁ ଠାବ କରିବାକୁ ଅଗ୍ନିଶମ ବାହିନୀ ଉଦ୍ୟମ ଜାରି ରଖିଛି  । ବୁଧବାର ରାତି ୯ଟାରେ ଭଣ୍ଡାରିପୋଖରୀ ପରମାନନ୍ଦପୁର ଗାଁର ଚନ୍ଦନ ସାହୁ ଅଢ଼େଇ ବର୍ଷର ଝିଅକୁ ଧରି  ବୈତରଣୀ ନଦୀକୁ ଡେଇଁ ପଡିଥିଲେ । ମାସେ ପୂର୍ବରୁ ଚନ୍ଦନଙ୍କ ସ୍ତ୍ରୀଙ୍କର ମୃତ୍ୟୁ ହୋଇଥିଲା । ଚନ୍ଦନ ନିଜ ଝିଅ ସହ ଏକ ବାଇକ ଯୋଗେ ବୈତରଣୀ ନଦୀ ପୋଲ ଉପରେ ପହଞ୍ଚିଥିଲେ । ପୋଲ ଉପରେ ମୋବାଇଲ, ଜୋତା ଓ ବାଇକ ରଖି ଅଢେଇ ବର୍ଷର ଝିଅକୁ ଧରି ନଦୀକୁ ଡେିଇଁପଡ଼ିଥିଲେ  । ତେବେ ନଦୀକୁ ଡେଇଁବା ପୂର୍ବରୁ ନିଜ ବଡ଼ ଉଭଣୀଙ୍କ ସହ ଶେଷଥର ପାଇଁ ଫୋନରେ କଥା ହୋଇଥିଲେ ।