ଆସିଲା ଚାମ୍ପିଅନ୍ସ ଟ୍ରଫି ସମ୍ଭାବ୍ୟ ଭେନ୍ୟୁ: ଫେବୃଆରୀ ୨୩ରେ ଭାରତ-ପାକିସ୍ତାନ ମହାସମର
1 min readମୁମ୍ବାଇ: ଆଇସିସି ଚାମ୍ପିଅନ୍ସ ଟ୍ରଫିର ସମ୍ଭାବ୍ୟ ଭେନୁ ପ୍ରକାଶ ପାଇଛି । ଆଉ ଏହା କ୍ରିକେଟ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ଭରି ଦେଇଛି । ପାକିସ୍ତାନରେ ଚାମ୍ପିଅନ୍ସ ଟ୍ରଫି ଖେଳାଯିବାକୁ ନେଇ ଟଣା ଓଟରା ଭିତରେ ଏହି ଭେନ୍ୟୁ ଆସିଛି । ଆଉ ଭାରତ-ପାକିସ୍ତାନ କେଉଁଦିନ ମୁହାଁମୁହିଁ ହେବେ ଏକ ପ୍ରକାର ସ୍ପଷ୍ଟ ହୋଇଛି । ଆଇସିସି ଚାମ୍ପିଅନ୍ସ ଟ୍ରଫିର ସମ୍ଭାବ୍ୟ ଭେନ୍ୟୁ ହିସାବରେ ଭାରତ ଓ ପାକିସ୍ତାନ ମଧ୍ୟରେ ୨୯୨୫ ଫେବୃଆରୀ ୨୩ ତାରିଖରେ ଖେଳାଯିବ ମ୍ୟାଚ୍ । ଯାହାକୁ ସାରା ବିଶ୍ବର କ୍ରିକେଟ୍ ଫ୍ୟାନ୍ ଅନାଇ ବସିଛନ୍ତି ।
ସୂଚନାଯୋଗ୍ୟ, ଆସନ୍ତାବର୍ଷ ପାକିସ୍ତାନରେ ଆଇସିସି ଚାମ୍ପିୟାନ ଟ୍ରଫି ଆୟୋଜନ ହେଉଛି । କିନ୍ତୁ ଭାରତ ପାକିସ୍ତାନ ଖେଳିବା ପାଇଁ ଯିବ ନାହିଁ । ତେଣୁ ଭାରତ ତାର ସବୁ ମ୍ୟାଚ୍ ନିରପେକ୍ଷ ସ୍ଥାନରେ ଖେଳିବ । ଯଦି ଭାରତ ସେମି ଫାଇନାଲକୁ କ୍ବାଲିଫାଏ କରେ ତେବେ ଏହି ମ୍ୟାଚ ଆୟୋଜନରୁ ବଞ୍ଚିତ ହେବ । ସେତିକି ନୁହେଁ, ଭାରତ ଯଦି ଫାଇନାଲକୁ ଯାଏ ତେବେ ପାକିସ୍ତାନ ହାତରୁ ଏହି ମ୍ୟାଚ୍ ମଧ୍ୟ ନିରପେକ୍ଷ ସ୍ଥାନକୁ ଚାଲିଯିବ । ଶେଷ ଥର ଭାରତ ଏମ.ଏସ. ଧ୍ବନୀଙ୍କ ନେତୃତ୍ବରେ ୨୦୧୩ରେ ଚାମ୍ପିୟନ୍ସ ଟ୍ରଫି ଜିତିଥିଲା ।
ରେବ ସ୍ପୋର୍ଟର ରିପୋର୍ଟ ଅନୁଯାୟୀ, ଭାରତ ୩ଟଇ ଗ୍ରୁଫ୍ ମ୍ୟାଚ ଖେଳିବ । ପ୍ରଥମ ମ୍ୟାଚରେ ବାଂଲାଦେଶ ଦ୍ବିତୀୟରେ ପାକିସ୍ତାନ ଓ ତୃତୀୟ ମ୍ୟାଚରେ ନ୍ୟୁଜଲ୍ୟାଣ୍ଡକୁ ଭେଟଇବ ଦଳ । ୨୩ ମାର୍ଚ୍ଚରେ ଭାରତ ଶେଷ ଗ୍ରୁଫ ମ୍ୟାଚ ଖେଳିବ । ସେହିପରି ସେମିଫାଇନାଲ ଦୁଇଟଇ ୪ ଓ ୫ ମାର୍ଚ୍ଚରେ ଖେଳାଯିବାକୁ ଥିବା ବେଳେ ଫାଇନାଲ ୯ ମାର୍ଚ୍ଚରେ ହେବ । ଫାଇନାଲ ମ୍ୟାଚ ପାଇଁ ଗୋଟିଏ ଦିନ ରିଜର୍ଭ ରହିଛି ।
ପାକିସ୍ତାନ ଡିଫେଣ୍ଡିଂ ଚମ୍ପିଅନ ଭାବେ ଟୁର୍ଣ୍ଣାମେଣ୍ଟକୁ ଓହ୍ଲାଇବ । ୨୦୧୭ରେ ବିରାଟ କୋହଲିଙ୍କ ନେତୃତ୍ବଧୀନ ଭାରତୀୟ ଟିମକୁ ପାକିସ୍ତାନ ଏକତରଫା ହରାଇ ଚାମ୍ପିୟନ ହୋଇଥିଲା । ଏହାପରେ ଆଇସିସି ଏହାର ପରବର୍ତ୍ତି ସଂସ୍କରଣକୁ ରଦ୍ଦ କରି ଦେଇଥିଲା । ଯାହା ପୁଣି ଆରମ୍ଭ ହେବାକୁ ଯାଉଛି ।
୨୦୨୫ ଚାମ୍ପିଅନ୍ସ ଟ୍ରଫି ସମ୍ଭାବ୍ୟ ଭେନ୍ୟୁ
୧୯ ଫେବୃଆରୀ – ପାକିସ୍ତାନ ବନାମ ନ୍ୟୁଜଲ୍ୟାଣ୍ଡ
୨୦ ଫେବୃଆରୀ – ଭାରତ ବନାମ ବାଂଲାଦେଶ
୨୧ ଫେବୃଆରୀ – ଆଫଗାନିସ୍ତାନ ବନାମ ସାଉଥ ଆଫ୍ରିକା
୨୨ ଫେବୃଆରୀ – ଅଷ୍ଟ୍ରେଲିଆ ବନାମ ଇଂଲଣ୍ଡ
୨୩ ଫେବୃଆରୀ – ଭାରତ ବନାମ ପାକିସ୍ତାନ
୨ ମାର୍ଚ୍ଚ – ଭାରତ ବନାମ ନ୍ୟୁଜଲାଣ୍ଡ
୪ ମାର୍ଚ୍ଚ – ପ୍ରଥମ ସେମିଫାଇନାଲ
୫ ମାର୍ଚ୍ଚ – ଦ୍ବିତୀୟ ସେମିଫାଇନାଲ
୯ ମାର୍ଚ୍ଚ – ଫାଇନାଲ