ଚମ୍ପିୟନ୍ସ ଟ୍ରଫି ଫାଇନାଲ: ଟିମ୍ ଇଣ୍ଡିଆ ପ୍ଲେଇଂ-୧୧ ରେ କାହାକୁ ମିଳିବ ସ୍ଥାନ ?
1 min read
ନନ୍ଦିଘୋଷ ବ୍ୟୁରୋ: ଆଜି ଦୁବାଇର ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯିବ ଚମ୍ପିୟନ୍ସ ଟ୍ରଫି୍ ଫାଇନାଲ । ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ । ଭାରତୀୟ ସମୟ ସାଢ଼େ ଦୁଇଟାରେ ଆରମ୍ଭ ହେବ ମ୍ୟାଚ୍ । ଭାରତ ଅଷ୍ଟ୍ରେଲିଆକୁ ଏବଂ ନ୍ୟୁଜିଲାଣ୍ଡ ଦକ୍ଷିଣ ଆଫ୍ରିକାକୁ ହରାଇ ଫାଇନାଲକୁ ଆସିଛନ୍ତି । ଆଜିର ମ୍ୟାଚକୁ ନେଇ ଭାରତୀୟ କ୍ରିକେଟ୍ ପ୍ରଶଂସକଙ୍କ ମଧ୍ୟରେ କ୍ରେଜ ଦେଖିବାକୁ ମିଳିଛି । ଆଉ ଏହାରି ଭିତରେ ସବୁଠାରୁ ଅଧିକ ଚର୍ଚ୍ଚା ଉଭୟ ଦଳର ପ୍ଲେଇଂ-୧୧କୁ ନେଇ ହେଉଛି ।
ତେବେ ଭାରତୀୟ ଟିମ୍ ଶେଷ ଦୁଇଟି ମ୍ୟାଚରେ ଖେଳିଥିବା ଖେଳାଳିଙ୍କୁ ନେଇ ପଡ଼ିଆକୁ ଓହ୍ଲାଇବ ବୋଲି ଆଶା କରାଯାଉଛି । ଆଜିର ମ୍ୟାଚରେ ଭାରତ ୪ ଜଣ ସ୍ପେସାଲିଷ୍ଟ ବ୍ୟାଟର୍, ଜଣେ ଓ୍ବିକେଟ କିପର, ତିନି ଜଣ ଅଲରାଉଣ୍ଡର, ଦୁଇ ଜଣ ସ୍ପିନର ଓ ଜଣେ ଫାଷ୍ଟ ବୋଲରଙ୍କୁ ନେଇ ପଡ଼ିଆକୁ ଓହ୍ଲାଇ ପାରେ ଦଳ । ଭାରତ ଏହି କମ୍ବିନେସନରେ ଖେଳି ଭଲ ରେଜଲ୍ଟ ପାଉଛି । ଆଉ ଏହି ପୁରୁଣା ଟ୍ରିକରେ କ୍ବିଓ୍ବିକୁ ଚିତ୍ କରି ଚମ୍ପିୟନ ହେବା ଲକ୍ଷ୍ୟ ରଖିଛି ଭାରତ ।
ଏମିତି ସ୍ଥିତିରେ ଫାଇନାଲରେ ଆଶୀର୍ବାଦ ସିଂହ, ଋଷଭ ପନ୍ତ, ହର୍ଷିତ ରାଣା ଏବଂ ଓ୍ବାସିଂଟନ୍ ସୁନ୍ଦରଙ୍କୁ ପ୍ଲେଇଂ ଇଲେଭେନରେ ସ୍ଥାନ ମିଳି ନପାରେ । ଅନ୍ୟପଟେ, ନ୍ୟୁଜିଲାଣ୍ଡ ଟିମରେ ଗୋଟିଏ ପରିବର୍ତ୍ତନ ହୋଇପାରେ । ଫାଷ୍ଟ ବୋଲର ମେଟ ହେନେରୀ ଆହତ ହୋଇଥିବାରୁ ଫାଇନାଲରେ ଖେଳିବେ କି ନାହିଁ ସ୍ପଷ୍ଟ ହୋଇନି । ଯଦି ହେନେରୀ ନଖେଳନ୍ତି ତେବେ ତାଙ୍କ ସ୍ଥାନରେ ଜେକବ ଡଫିଙ୍କୁ ସ୍ଥାନ ମିଳିପାରେ ।
ସମ୍ଭାବ୍ୟ ଭାରତୀୟ ଟିମ୍
ରୋହିତ ଶର୍ମା (ଅଧିନାୟକ)
ଶୁଭମନ ଗିଲ୍
ବିରାଟ କୋହଲି
ଶ୍ରେୟସ ଆୟର
କେ.ଏଲ. ରାହୁଲ (ଓ୍ବିକେଟ୍ କିପର)
ହାର୍ଦ୍ଦିକ ପାଣ୍ଡ୍ୟା
ଅକ୍ଷର ପଟେଲ
ରବୀନ୍ଦ୍ର ଜାଡେଜା
ବରୁଣ ଚକ୍ରବର୍ତ୍ତି
କୁଲଦୀପ ଯାଦବ
ମହମ୍ମଦ ସାମି
ସମ୍ଭବ୍ୟ ନ୍ୟୁଜିଲାଣ୍ଡ ଟିମ୍
ବିଲ୍ ୟଙ୍ଗ
ରଚିନ୍ ରବୀନ୍ଦ୍ର
କେନ ଓ୍ବିଲିୟମସନ
ଡେରିଲ ମିଚେଲ
ଟମ୍ ଲେଥମ (ଓ୍ବିକେଟ୍ କିପର୍)
ଗ୍ଲେନ୍ ଫିଲିଫ୍ସ
ମାଇକେଲ ବ୍ରେସଓ୍ବେଲ
ମିଚେଲ ସେଣ୍ଟନର (ଅଧିନାୟକ)
ମେଟ ହେନେରୀ କିମ୍ବା ଜେକବ ଡଫି
କାଇଲ ଜେମିସନ
ଓ୍ବିଲିୟମ୍ ଓରୋକେ